ଅପରାଧ

ଅର୍ଥତତ୍ୱ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହେଲେ ଓସିଏ ପୂର୍ବତନ ସମ୍ପାଦକ ଅଶୀର୍ବାଦ ବେହେରା

Ashirbad behera

ଭୁବନେଶ୍ୱର/କଟକ: ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହେଲେ ଓସିଏ ପୂର୍ବତନ ସମ୍ପାଦକ ଅଶୀର୍ବାଦ ବେହେରା । ଅର୍ଥତତ୍ୱ ଚିଟ୍‌ଫଣ୍ଡ ସଂସ୍ଥା ସହ ମିଶି ଟଙ୍କା ହେରଫେର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସିବିଆଇର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ସକାଳ ପ୍ରାୟ 5.30ରେ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା । ପରେ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ପୂର୍ବରୁ ଆଶୀର୍ବାଦ ସିବିଆଇ ଜେରାର ସମ୍ମୁଖୀନ ହୋଇସାରିଥିବା ବେଳେ ତାଙ୍କ ନାଁରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଥିଲା ସିବିଆଇ ।

ତେବେ ଆଶୀର୍ବାଦଙ୍କ ସହ ଆଜି ସକାଳେ ସିବିଆଇ ଭୁବନେଶ୍ୱର ସ୍ଥିତ ହୋଟେଲ ସୋଲାନ୍‌ ଇନ୍‌ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରିଛି । ସିବିଆଇ ପକ୍ଷରୁ ଆଶୀର୍ବାଦ ବେହେରା, କମଳାକାନ୍ତ ଦାସ ଏବଂ ଅର୍ଥତତ୍ୱ ଗ୍ରୁପ୍‌ର ଡାଇରେକ୍ଟର ସମ୍ପିତ କୁମାର ଖୁଣ୍ଟିଆଙ୍କ ନାଁରେ 29 ଅଗଷ୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା । ସେମାନଙ୍କ ନାଁରେ ଠକେଇ ଓ ଟଙ୍କା ହେର୍‌ଫେର କରିଥିବା ଭଳି ସଙ୍ଗୀନ୍‌ ଅଭିଯୋଗ ରହିଛି ।

ଅର୍ଥତତ୍ୱ ଗ୍ରୁପ୍‌ ସହ ସମ୍ପର୍କ ଥିବା ନେଇ ଆଶୀର୍ବାଦ ବେହେରା ଗତ 2014ରୁ ସିବିଆଇ ସ୍କାନରରେ ରହିଥିଲେ । ପୂର୍ବରୁ ଅନେକ ଥର ତାଙ୍କୁ ସିବିଆଇ ଜେରା ମଧ୍ୟ କରି ସାରିଛି ।

ସିବିଆଇର କହିବାନୁଯାୟୀ, 2011 ଏବଂ 2012ରେ ହୋଇଥିବା ରଣଜୀ ଟ୍ରଫି ଓ ଓଡ଼ିଶା ପ୍ରିମିୟର୍‌ ଲିଗ୍‌ରେ ଅର୍ଥତତ୍ୱ ଟଙ୍କା ଲଗାଯାଇଛି । ଏଥିରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ହାତ ରହିଛି । ଖାଲି ସେତିକି ନୁହେଁ ଅର୍ଥତତ୍ୱ ଗ୍ରୁପ୍‌କୁ ପ୍ରମୋଟ୍‌ କରିବା ପାଇଁ ଓସିଏ ଓ ଆଶୀର୍ବାଦଙ୍କ ମଧ୍ୟ ଅନେକ ଅବଦାନ ରହିଛି ।

ଆଶୀର୍ବାଦ ବେହେରା ପୂର୍ବରୁ ଓଡ଼ିଶା ଅଲମ୍ପିକ୍‌ ଆଶୋସିଏସନ୍‌ର ସମ୍ପାଦକ ମଧ୍ୟ ରହିସାରିଛନ୍ତି । ବାରବାଟି ଷ୍ଟାଡିୟମ୍‌ ଜମି ଦୁର୍ନୀତିରେ ମଧ୍ୟ ତାଙ୍କ ହାତ ରହିଥିବା ଅଭିଯୋଗ ରହିଛି । ଏହି ଘଟଣାରେ ମଧ୍ୟ ସିବିଆଇ ତଦନ୍ତ ଚଳାଇଛି ।

ଦେଖନ୍ତୁ ଆମର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ:

Click to comment

Leave a Reply

Your email address will not be published. Required fields are marked *

Most Popular

To Top