X
Breaking News
  • ରାଜ୍ୟର ୬୩ କେନ୍ଦ୍ରରେ ଏକାସମୟରେ ଚାଲିଛି ଗଣତି
  • ଓଡ଼ିଶାରେ ୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା ଆସନରେ ଚାଲିଛି ଗଣତି
  • ଆରମ୍ଭ ହେଲା ଭୋଟ୍‌ ଗଣତି
ନ୍ୟୁଜ୍

ତଥାଗତଙ୍କ ବିସ୍ଫୋରକ ବୟାନ “ନବୀନ ସନ୍ନ୍ୟାସ ନେଇଯିବା କଥା”

tathagath

ଭୁବନେଶ୍ୱର: ଆଉ ରାଜନୀତି କରିବେନି କହି ରାଜନୀତିରୁ ସନ୍ନ୍ୟାସ ନେଇଥିବା ସାଂସଦ ତଥାଗତ ଶତପଥୀ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ତଥାଗତ କହିଛନ୍ତି, ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରୁ ସନ୍ନ୍ୟାସ ନେଇଯବା କଥା । ତାଙ୍କ ସ୍ଥାନରେ ଯୁବକମାନଙ୍କୁ ସୁଯୋଗ ଦେବା ଉଚିତ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 4 ଥର ମୁଖ୍ୟମନ୍ତ୍ରୀ ପଦରେ ବସି ସାରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକାଧିକ ଥର ମୁଖ୍ୟମନ୍ତ୍ରୀ ଓ ଥରେ ପ୍ରଧାନମନ୍ତ୍ରୀ ହୋଇସାରିଲେଣି । ତେଣୁ ବହୁତ ହୋଇଗଲାଣି ଏବେ ଯୁବକମାନଙ୍କୁ ସୁଯୋଗ ଦିଅନ୍ତୁ ବୋଲି ତଥାଗତ କହିଛନ୍ତି । ଆଉ କେତେ ଦିନ ଏମିତି ଚାଲୁ ରହିବ ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି ।

ଓଡ଼ିଶାର ଗଣମାଧ୍ୟମ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରି ତଥାଗତ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି ଓଡ଼ିଶାର ଅନେକ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣାଧିନ ହୋଇ ରହିଛନ୍ତି । ଏହା ସହ ସେ ଆହୁରି କହିଛନ୍ତି ଯେ,  ଗଣମାଧ୍ୟମ ଯଦି ନିଜ ଦାୟିତ୍ୱ ସଠିକ୍‌ ଭାବେ ନ ତୁଲାଏ ତେବେ ଗଣତନ୍ତ୍ର ଆଉ ଗଣତନ୍ତ୍ର ହୋଇ ରହିବ ନାହିଁ ।

ତେବେ ଗତ କିଛି ଦିନ ହେବ ତଥାଗତ ନିର୍ବାଚନ ନ ଲଢିବା ନେଇ ନିଷ୍ପତ୍ତି ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି । ସେ କାହିଁକି ହଠାତ୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି ତାହା ଏବେ ଆଲୋଚନାର ବିଷୟ । ସେ ଢେଙ୍କାନାଳ ସାଂସଦ ଭାବେ ବେଶ୍‌ ପରିଚିତ ଏବଂ ଲୋକପ୍ରିୟ ମଧ୍ୟ । ସେ ଲଗାତର ଭାବେ 3 ଥର ଢେଙ୍କାନାଳ ସାଂସଦ ଭାବେ ନିର୍ବାଚିତ ହୋଇ ହାଟ୍ରିକ୍‌ କରିଛନ୍ତି । କିନ୍ତୁ କୁହାଯାଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନରେ ତଥାଗତଙ୍କୁ ଟିକେଟ ଦେବେ ନାହିଁ । ଟିକେଟ କଟିବାର ଅପମାନ ପାଇବା ପୂର୍ବରୁ ତଥାଗତ ଜାଣିଶୁଣି ନିର୍ବାଚନ ଲଢିବେନି ବୋଲି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top