X
Breaking News
ନ୍ୟୁଜ୍

ଖଣି କମ୍ପାନୀ-ଜଙ୍ଗଲ ମନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ! ଖଣି କମ୍ପାନୀ ଦୟାରେ ଦାମୀ ଗାଡ଼ି ଚଢୁଛନ୍ତି ମନ୍ତ୍ରୀ ଓ କର୍ମଚାରୀ !

Bijayashree Routray

ଖଣି କମ୍ପାନୀର ଗାଡ଼ି ବେଆଇନ୍‌ ଭାବେ ବ୍ୟବହାର କରୁଛନ୍ତି ଖୋଦ୍‌ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତ୍ତରାୟ । ଆରଟିଆଇ ତଥ୍ୟ ଅନୁସାରେ ପଦାକୁ ଆସିଛି ଏହି ସାଂଘାତିକ ତଥ୍ୟ । ମିଳିଥିବା ତଥ୍ୟ ଅନୁଯାୟୀ ଖଣି କମ୍ପାନୀମାନେ ଜଙ୍ଗଲ ବିଭାଗକୁ ପାଟ୍ରୋଲିଂ ପାଇଁ ଦେଇଥିବା ଗାଡ଼ିକୁ ବ୍ୟବହାର କରୁଛନ୍ତି ଖୋଦ୍‌ ଜଙ୍ଗଲ ମନ୍ତ୍ରୀ ।

ନିୟମ ଅନୁଯାୟୀ ଖଣି କମ୍ପାନୀମାନେ ଜଙ୍ଗଲ ବିଭାଗକୁ ବନ୍ୟ ଜନ୍ତୁ ଓ ଜଙ୍ଗଲ ସୁରକ୍ଷାରେ ପାଟ୍ରୋଲିଂ ପାଇଁ ଯେଉଁ ଗାଡ଼ି ଦେବେ ତାହା ବିଳାଶ ପୁର୍ଣ୍ଣ ହୋଇନଥିବା ଉଚିତ୍‌ । ବିଳାଶପୂର୍ଣ୍ଣ ବ୍ୟତୀତ ତାହା ନନ୍‌ ଏସି ମଧ୍ୟ ହୋଇଥିବା ଆବଶ୍ୟକ ବୋଲି କୁହାଯାଉଛି । ଏହା ସହ କେବଳ ଜିପ୍‌ ଭଳି ଗାଡ଼ି ଖଣି କମ୍ପାନୀ ଦେବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି । କିନ୍ତୁ ଖଣି କମ୍ପାନୀ ସହ ମଧୁ ଚନ୍ଦ୍ରିକା କରି ପାଟ୍ରୋଲିଂ ଗାଡ଼ି ନାଁରେ ମନ୍ତ୍ରୀ ବିଜୟଶ୍ରୀ ରାଉତ୍ତରାଏ ସେମାନଙ୍କଠାରୁ ଏକ ବିଳାଶ ପୂର୍ଣ୍ଣ ଗାଡ଼ି ଆଣି ନିଜେ ବ୍ୟବହାର କରୁଛନ୍ତି ।

OD0214500 ନମ୍ବର ବିଶିଷ୍ଟ ଇନୋଭା ଗାଡ଼ିକୁ ଖୋଦ୍‌ ମନ୍ତ୍ରୀ ନିଜେ ବ୍ୟବହାର କରୁଛନ୍ତି । ଏହି ଗାଡ଼ିରେ ଜଙ୍ଗଲ ଓ ପରିବେଶ ବିଭାଗର ସ୍ଟିକର ମଧ୍ୟ ଲାଗିଛି । କିନ୍ତୁ ଏହି ଗାଡ଼ି ବନ୍ୟ ଜନ୍ତୁଙ୍କ ସୁରକ୍ଷା ଓ ପାଟ୍ରୋଲିଂ ପାଇଁ ଖଣି କମ୍ପାନୀ ଜଙ୍ଗଲ ବିଭାଗକୁ ଦେଇଛନ୍ତି । କେବଳ ମନ୍ତ୍ରୀ ନୁହଁନ୍ତି 12 ଜଣ ଡିଏଫ୍‌ଓ ମଧ୍ୟ ଖଣି କମ୍ପାନୀଗୁଡ଼ିକ ଦୟାରେ ଏଭଳି ଦାମି ଗାଡ଼ି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, କାହିଁକି ଖଣି କମ୍ପାନୀ ମାନେ ଏତେ ଦାମି ଗାଡ଼ି ମନ୍ତ୍ରୀଙ୍କୁ ନିଜସ୍ୱ ବ୍ୟବହାର ପାଇଁ ଦେଇଛନ୍ତି ? ଖଣି କମ୍ପାନୀ ସହ ମନ୍ତ୍ରୀଙ୍କର କି ସମ୍ପର୍କ ରହିଛି ? ମନ୍ତ୍ରୀଙ୍କଠାରୁ ଖଣି କମ୍ପାନୀମାନେ କି ଲାଭ ପାଉଛନ୍ତି ? ଏହି ଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳିଛି ।

ଜଣେ ମନ୍ତ୍ରୀ ହୋଇ ମଧ୍ୟ କିଭଳି ବେଆଇନ କାର୍ଯ୍ୟକୁ ପ୍ରଶୟ ଦେଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ନନ୍‌ ଏସି ଡିଜେଲ ଗାଡ଼ି ଖଣି କମ୍ପାନୀ ମାନେ ବନ ବିଭାଗକୁ ଦେବାକୁ ଥିବା ବେଳେ କିଭଳି ସେମାନେ ଦାମୀ ଏସ୍‌ୟୁଭି ଗାଡ଼ି ପ୍ରଦାନ କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖଣି କମ୍ପାନୀ ମାଲିକମାନେ ନିଜର କଳାକାରନାମାକୁ ଲୁଚାଇବା ପାଇଁ ମନ୍ତ୍ରୀ ନେତା ଓ ପ୍ରଶାସକଙ୍କୁ ଏଭଳି ଉପହାର ଦେଉଥିବା କୁହାଯାଉଛି ।

ସୂଚନା ଅଧିକାର କର୍ମୀ ବିଶ୍ୱଜିତ୍‌ ମହାନ୍ତିଙ୍କ ଆର୍‌ଟିଆଇ ବଳରେ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top