ନ୍ୟୁଜ୍

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା

governor

ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣ ପରେ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଦିଆଯାଇଛି । ଏହା ପରେ ଗୃହରେ ବିଧାନସଭା କାର୍ଯ୍ୟ ଆରମ୍ଭ କରାଯାଇଛି । ତେବେ ରାଜ୍ୟପାଳ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଭଲ ମନ୍ଦ କଥା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର କେତେ ସଫଳତାର ସହ ସରକାର ଚଳାଇଛନ୍ତି ତାକୁ ନେଇ ରାଜ୍ୟପାଳ ବିଧାନସଭାରେ ଟିକି ନିଖି କରି ପ୍ରକାଶ କରିଛନ୍ତି ।

ତେବେ ବିଧାନସଭାରେ ରାଜ୍ୟପାଳ ଗଣେଶୀ ଲାଲ ପହଞ୍ଚିବା ପରେ ଗାର୍ଡ ଅଫ ଅନର ଦେଇ ସ୍ୱାଗତ କରାଯାଇଥିଲା । ଏହା ପରେ ବିଧାନସଭାରେ ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଲୋକଙ୍କ ସୁବିଧା ପାଇଁ ‘ମୋ ସରକାର’ ଆରମ୍ଭ କରାଯାଇଛି । ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଚାଷୀଙ୍କ ପାଇଁ କାଳିଆ ଓ ପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି କରାଯାଇଛି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । କୃଷକଙ୍କ ଆୟ ୨ ଗୁଣ କରିବାକୁ ବିକାଶମୂଳକ ପଦକ୍ଷେପ ନିଆଯାଉଛି । ୧୧ଟି ଜିଲ୍ଲାର ୫୫ ବ୍ଲକରେ ‘ଓଡ଼ିଶା ମିଲେଟ ମିଶନ’ର ଶୁଭାରମ୍ଭ ହୋଇଛି । ସେହିଭଳି କୃଷକଙ୍କ ପାଇଁ ସୌର ଜଳନିଧି ଯୋଜନା କାର୍ଯ୍ୟକାରୀ କରାଯାଉଛି । ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ’ ଯୋଜନା କାର୍ଯ୍ୟକାରୀ ହୋଇଛି । ୨୦୨୦-୨୧ରେ ୧.୮୪ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ସେହିଭଳି ୫ ବର୍ଷରେ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ୨୦୨୦-୨୧ରେ ୨୦୦ କ୍ଷୁଦ୍ର ଜଳସେଚନ ଭଣ୍ଡାର ନିର୍ମାଣ କରିବାର ଲକ୍ଷ୍ୟ ରହିଛି । ୨୦୧୮ରୁ ନିଜସ୍ୱ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟ କରୁଛି । ୨୦୧୮-୧୯ରେ ରେକର୍ଡ ପରିମାଣର ଖରିପ ଧାନ ସଂଗ୍ରହ ହୋଇଛି । ୧୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟରେ ୧୧,୪୬୪ କୋଟି ଟଙ୍କା ଜମା ହୋଇଛି । ଜଳଉତ୍ସ ଓ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ବିଶୁଦ୍ଧ ଜଳ ମିଳୁଛି । ୧୯ ଲକ୍ଷ ପରିବାରକୁ କର୍ମ ନିଯୁକ୍ତି ସୁଯୋଗ ମିଳିଛି । ଉପାନ୍ତ ଅଞ୍ଚଳରେ ୧୨ ହଜାର ସୋଲାର ପ୍ରକଳ୍ପ ଲାଗିଛି । ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ ଜାରି ରହିଛି । ଖୁବଶୀଘ୍ର ୧୪୦୩ ଡାକ୍ତରଙ୍କୁ ନିଯୁକ୍ତି ମିଳିବ ବୋଲି ମଧ୍ୟ କହିଛନ୍ତି ରାଜ୍ୟପାଳ ।

ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବହୁ ଲୋକ ଉପକୃତ ହେଉଛନ୍ତି । ମ୍ୟାଲେରିଆ ହ୍ରାସ ନେଇ ଓଡ଼ିଶା ମଡେଲକୁ WHO ସ୍ୱୀକୃତି ଦେଇଥିବା ରାଜ୍ୟପାଳ ପ୍ରକାଶ କରିଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ମିଶନ ଶକ୍ତି ମେଳା ଆରମ୍ଭ ହୋଇଥିବା ସେ କହିଛନ୍ତି । ଅନ୍ୟପଟେ ବାଳ ଅପରାଧୀଙ୍କ ପାଇଁ ୩୦ଟି କିଶୋର ନ୍ୟାୟ ବୋର୍ଡ ଗଠନ ହୋଇଛି । ମମତା ଯୋଜନାରେ ୪୦ ଲକ୍ଷରୁ ଅଧିକ ଗର୍ଭବତୀ ଓ ପ୍ରସୂତି ଉପକୃତ ହୋଇଛନ୍ତି । ଶିଶୁଙ୍କ ଗେଡ଼ାପଣ ହ୍ରାସରେ ରାୟଗଡ଼ା ଦେଶରେ ଚତୁର୍ଥ ସ୍ଥାନରେ ଅଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top