ନ୍ୟୁଜ୍

କ’ଣ ଚାଲିଛି ରାଜ୍ୟରେ ? ସରାକରୀ ସହାୟତା ରାଶି ପାଇଁ ସ୍ୱାମୀ-ସ୍ତ୍ରୀ ଅଲଗା ! ଦେଖନ୍ତୁ ଭିଡିଓ…

Pratap Jena

ଭୁବନେଶ୍ୱର/ବ୍ରହ୍ମପୁର: ସ୍ୱାମୀଠାରୁ ସ୍ତ୍ରୀକୁ ଅଲଗା କରିଦେଲେ ସରକାର । ସେ ପୁଣି ବିନା କୌଣସି କୋର୍ଟ କଚେରୀରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ । କିନ୍ତୁ  ସରକାରୀ ଯୋଜନା ହାତେଇବା ପାଇଁ ସ୍ବାମୀ- ସ୍ତ୍ରୀ ଏବେ ଅଲଗା । ଜଣେ କି ଦୁଇ ଜଣ ନୁହେଁ, ଘରେ ଘରେ ଏମିତି ସଂଗୀନ ସ୍ଥିତି । ବାତ୍ୟା ଫୋନି ସହୟତା ଟଙ୍କା ହଡପ କରିବା ପାଇଁ ରଚା ଯାଇଛି ଏହି ଚକ୍ରାନ୍ତ । ଏକଥା ଆମେ କହୁ ନାହୁଁ, ଅର୍ଗସ ହାତରେ ଲାଗିଥିବା କଟକ ଜିଲ୍ଲା ସାଲେପୁର ନିର୍ବାଚନୀ ମଣ୍ଡଳୀ, କଟରପା ପଂଚାୟତର ତାଲିକା ହିଁ ବୟାନ କରୁଛି । ସ୍ବାମୀ ନବ କିଶୋର ମଲ୍ଲିକ, ଫୋନି ଘର ଭଙ୍ଗା ବାବଦକୁ ପାଇଲେ ମୋଟ୍ 97 ହଜାର 200 ଟଙ୍କା । ପୁଣି ସେହି ଘର ଲାଗି, ସ୍ତ୍ରୀ ଅଂଜନା ମଲ୍ଲିକ ପାଇଲେ ଆହୁରି 95 ହଜାର 100 ଟଙ୍କା । ସେହିପରି ସ୍ବାମୀ ବିଜୟ ମଲ୍ଲିକ ଆଂଶିକ ଭଙ୍ଗା ଘର ଓ ଗୁହାଳ ପାଇଁ 5 ହଜାର 300 ଟଙ୍କା ପାଇଲେ । ଅପରପକ୍ଷେ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ନେଇ ସ୍ତ୍ରୀ ସଂଯୁକ୍ତା ମଲ୍ଲିକଙ୍କୁ ମିଳିଲା ପୁରା 95 ହଜାର ଟଙ୍କା । କଟରପା ପଂଚାୟତରେ ଏମିତି ମାଳ ମାଳ  ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଏହି ଆରଟିଆଇ କପି ହିଁ ବୟାନ କରୁଛି ।

ଫୋନି ହିତାଧୀକାରୀ ଚୟନରେ ଅନିୟମିତତା ନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇ ଆସୁଥିବା ବେଳେ ଏହି ଅଭିଯୋଗକୁ ପ୍ରମାଣିତ କରିଛି  ଆରଟିଆ ରିପୋର୍ଟ । ବାତ୍ୟାର ଶହେ ଦିନ ପରେ ରାଜ୍ୟ ସରକାର ଫୋନିରେ ମୋଟ୍ 14ଟି ଜିଲ୍ଲାରେ 3 ଲକ୍ଷ 61 ହଜାର ଘର ଭାଙ୍ଗିବା ନେଇ ରିପୋର୍ଟ ଦେଇଥିଲେ । ଆଉ ଏହି ଆଳରେ କେନ୍ଦ୍ର ଠାରୁ ପ୍ରାୟ 4 ହଜାର କୋଟି ଟଙ୍କାର ସହାୟତା ପାଇଛନ୍ତି । କିନ୍ତୁ ଏହି ଟଙ୍କା କେଉଁ ବାଟରେ ଖର୍ଚ୍ଚ ହୋଇଛି ତାର ବାସ୍ତବତା ବଖାଣୁଛି ପୁରୀ ଜିଲ୍ଲା ପିପିଲିର ଲକ୍ଷ୍ମୀନାରାୟଣପୁର ପଂଚାୟତ ।

6 ମାସ ହେଲା ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ବାତ୍ୟା ପ୍ରପିଡିତ । କାହା ଘରର ଛପର ଉଡିଯାଇଛି ତ କାହା ପାଇଁ ପଲିଥିନ ସାହାରା ପାଲଟିଛି । ସେପଟେ ତିନି ତିନି ଥର ସର୍ଭେ କରି ତାଲିକା ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଗରିବଙ୍କ ବଦଳରେ ଦୁଇ ଦୁଇ ଟି ଘର ଥିବା ମୁଷ୍ଠିମେୟଙ୍କ ପାଖକୁ ଟଙ୍କା ଆସିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ  ସରପଂଚ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମହା ଘୋଟାଲାର ଖୁଲାସା କରି ଚାଲିଛି ଅର୍ଗସ ନ୍ୟୁଜ । ଏବେ ପୁଣି ଫୋନି ସହାୟତା ରାଶି ବାଟମାରଣା ହେବା ପରେ ଏବେ ସ୍କାନରରେ ଚିହ୍ନଟ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ । ଏଠାରେ ପ୍ରଶ୍ନ ଉଠୁଛି ଏମିତି ସାଂଘାତିକ୍ ଘୋଟାଲାର ଉତ୍ତରଦାୟୀତ୍ୱ ନେବେ କି ତତ୍କାଳିନ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ଘର ଚିହ୍ନଟ ଦାୟୀତ୍ବରେ ଥିବା ପଂଚାୟତିରାଜ ବିଭାଗର ମନ୍ତ୍ରୀଙ୍କ ପୃଷ୍ଟ ପୋଷକତାରେ ହୋଇଛିକି ଏହି ଘୋଟଲା । ଏପରି ଅନେକ ପ୍ରଶ୍ନରେ ଏବେ ରାଜ୍ୟ ସରକାରଙ୍କ ଭୂମିକା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top