ନ୍ୟୁଜ୍

ବିଜେପୁର ଉପନିର୍ବାଚନ: ୧ରେ ନାମାଙ୍କନ ୨୧ରେ ଭୋଟ

Bijepur

ଭୁବନେଶ୍ୱର: ବାଜିଲା ବିଜେପୁର ଉପନିର୍ବାଚନ ବିଗୁଲ୍ । ଘୋଷଣା ହେଲା ବରଗଡ଼ ବିଜେପୁର ବିଧାନସଭା ଉପନିର୍ବାଚନ ତାରିଖ । ଅକ୍ଟୋବର ୨୧ରେ ହେବ ବିଜେପୁର ଉପନିର୍ବାଚନ । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସେପ୍ଟେମ୍ବର ୩୦ । ଅକ୍ଟୋବର ୧ ତାରିଖରେ ନାମାଙ୍କନ ପତ୍ର ଯାଂଚ କରାଯିବ ।  ଅକ୍ଟୋବର ୨୪ ତାରିଖରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଆଉ ଏଥିପାଇଁ ହାତରେ ରହିଲା ମାତ୍ର ଏକ ମାସ ସମୟ । ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ବିଜେପୁର ଉପ ନିର୍ବାଚନ ଲାଗି ବିଧିବଦ୍ଧ ଘୋଷଣା କରିଛନ୍ତି । 23 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେପୁର ପାଇଁ ଆଦର୍ଶ ଆଚରଣ ବିଧି ଲାଗୁହେବ ।

ନବୀନ ବିଜେପୁର ଛାଡ଼ିବା ପରେ ପୁଣି ହେବାକୁ ଯାଉଛି ଉପନିର୍ବାଚନ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ଅଣ୍ଟା ଭିଡ଼ିସାରିଛନ୍ତି । ଗୋଟିଏ ବର୍ଷ ଭିତରେ ବିଜେପୁରବାସୀ ଦେଖିବେ ଦୁଇଟି ଉପ ନିର୍ବାଚନ ଏବଂ ଗୋଟିଏ ସାଧାରଣ ନିର୍ବାଚନ । ତେବେ ବିଜେପୁର ହାତେଇବା ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ଥିବା ବେଳେ ବିଜେପି ମଧ୍ୟ ଏଠାରେ କଡା ମୁକାବିଲା କରିବ ବୋଲି ଆଶା କରାଯାଉଛି । ବିଜେପୁରରୁ ବିଜୟ ବାନା ଉଡ଼ାଇବା ଲାଗି ବିଜେପି ସବୁ ରଣନୀତି ପ୍ରସ୍ତୁତ କରିସାରିଲାଣି । ସେପଟେ କଂଗ୍ରେସ ମଧ୍ୟ ଟକ୍କର ଦେବାକୁ ମଇଦାନରେ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି । ତେବେ ବିଜେପୁରବାସୀ କେଉଁ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top