X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ନ୍ୟୁଜ୍

ଜମୁଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର, ପ୍ରବଳ ଖରାରେ ନେତା ଏବେ ଗାଁ ମୁହାଁ

ELECTION

ଜମୁଛି ପ୍ରଚାର । ଏପ୍ରିଲ ୧୮ରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ହେଭିଓ୍ୱେଟ୍ ନେତା ଗାଁ ମୁହାଁ । ବିଜେପି, ବିଜେଡି, କଂଗ୍ରେସ ଭିତରେ ପ୍ରଚାରକୁ ନେଇ ଚାଲିଛି ଛକାପଞ୍ଝା । ବିଭିନ୍ନ ଦଳର ନେତାମାନେ କେଉଁଠି ସଭା କରୁଛନ୍ତି ତ କେଉଁଠି ରୋଡ୍‌ ସୋ’ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ୍ ବସ୍‌ରେ ରୋଡ୍‌ ସୋ’ କରିବା ସହ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ବିଜେପିର କେନ୍ଦ୍ରୀୟ ନେତା, ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘନ ଘନ ପ୍ରଚାରରେ ଲାଗିପଡ଼ିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୫ଟି ଲୋକସଭା ସହ 35ଟି ବିଧାନସଭା ଆସନ ପାଇଁ ମତଦାନ ହେବ ।

Congress BJP BJD

ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା  ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ମୋଟ ୯୧୧୭ଟି ବୁଥରେ ୩୯,୪୫୦୨୫ ପୁରୁଷ, ୩୭,୪୭୪୯୩ ମହିଳା ଭୋଟର ଏବଂ ୬୦୫ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୭୬ ଲକ୍ଷ, ୯୩ ହଜାର୧୨୩ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

ବରଗଡ଼ ଆସନରେ  ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ ପ୍ରଚାର ଟକ୍କର ଚାଲିଛି, ପ୍ରସନ୍ନ ଆଚାର୍ଯ୍ୟ ଏବଂ ସୁରେଶ ପୂଜାରୀ ନିଜ ସମର୍ଥକଙ୍କୁ ଧରି ପ୍ରଚାରରେ ଲାଗିପଡ଼ିଛନ୍ତି । ସେପଟେ କଂଗ୍ରେସର ପ୍ରଦୀପ କୁମାର ଦେବତା ମଧ୍ୟ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।

Prasanna - suresh

ସେହିପରି ସୁନ୍ଦରଗଡ଼ରେ ମଧ୍ୟ ବିଜେପି ନେତା ଜୁଏଲ ଓରାମଙ୍କ ସହ ବିଜେଡି ନେତ୍ରୀ ସୁନୀତା ବିଶ୍ୱାଳ ଏବଂ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କିଙ୍କ ପ୍ରଚାର ଜମୁଛି ।

 

ବଲାଙ୍ଗୀରରେ ବିଜେଡିର କଳିକେଶ ସିଂହଦେଓଙ୍କ ସହ ବିଜେପିର ସଂଗୀତା ସିଂହଦେଓଙ୍କ ଟକ୍କର ହେବ । ରାଜ ପରିବାରର ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀ ନିଜ ନିଜ ସମର୍ଥକଙ୍କୁ ଧରି ପ୍ରଚାର କରୁଛନ୍ତି ।

Kalikesh- Sangita

କନ୍ଧମାଳରେ ଡ.ଅଚ୍ୟୁତ ସାମନ୍ତଙ୍କ ସହ ଖାରବେଳ ସ୍ୱାଇଁଙ୍କ ଟକ୍କର ଦେଖିବାକୁ ମିଳିବ, କଂଗ୍ରେସର ମନୋଜ କୁମାର ଆଚାର୍ଯ୍ୟ ମଧ୍ୟ ସେଠି ପ୍ରଚାରରେ ଲାଗିପଡ଼ିଛନ୍ତି ।

Achyuta - Kharabela

ସେହିଭଳି ଆସ୍କା ଲୋକସଭା ଆସନରେ ବିଜେଡିର ପ୍ରମିଳା ବିଶୋଇଙ୍କ ସହ ବିଜେପି ପ୍ରାର୍ଥୀ ଅନିତା ପ୍ରିୟଦର୍ଶନୀ ପ୍ରଚାରରେ ଯାଇ ଘର ଘର ବୁଲି ନିଜ ପାଇଁ ଭୋଟରଙ୍କୁ କହୁଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀ ଦେଇ ନାହିଁ ଏବଂ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା  ଆସିକା ଲୋକସଭା ପ୍ରାର୍ଥୀ ହୋଇ ଘରକୁ ଘର ବୁଲି ନିଜ ପାଇଁ ଭୋଟ ଗୋଟାଇବାରେ ବ୍ୟସ୍ତ ଅଛନ୍ତି ।

ତୃତୀୟ ପର୍ଯ୍ୟାୟ ପାଇଁ ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାନସଭା ହେଉଛି ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା । ସେହିପରି ସୁନ୍ଦରଗଡ଼ ଲୋକସଭା ଆସନ ଅଧୀନରେ ଥିବା ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଓ ବଣାଇ ଆସନ ରହିଛି । ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି  ବିଧାନସଭା ଆସନ ରହିଛି ।

ସେହିପରି କନ୍ଧମାଳ ଲୋକସଭା ଆସନରେ ଆସୁଥିବା ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା ଓ ଭଞ୍ଜନଗର ବିଧାନସଭା ଆସନ ସହିତ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନେ ପ୍ରଚାରରେ ଲାଗିପଡ଼ିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top