ନ୍ୟୁଜ୍

ବ୍ରୋଚରରେ ମହାତ୍ମା ଗାନ୍ଧିଙ୍କ ମୃତ୍ୟୁ ତଥ୍ୟକୁ ନେଇ ଝଡ଼ !

ASSEMBLY

ଭୁବନେଶ୍ୱର: ଗଣଶିକ୍ଷା ବିଭାଗ ପକ୍ଷରୁ ମହତ୍ମାଗାନ୍ଧୀଙ୍କ 150 ତମ ପୂର୍ତ୍ତି ଅବସରରେ ପ୍ରକାଶିତ ବ୍ରୋଚରକୁ ନେଇ ବିଧାନସଭାରେ ବିରୋଧୀ ଓ ଶାସକ ଦଳ ବିଧାୟକଙ୍କ ଉଦ୍‌ବେଗ । ଆଉ ଗୃହରେ ଉଦ୍‌ବେଗ ଲକ୍ଷ୍ୟକରି ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ବିବୃତ୍ତି ଦେବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦେଇଛନ୍ତି ରୁଲିଂ ।

ଗାନ୍ଧୀଙ୍କ ପ୍ରସଙ୍ଗରେ ଶୂନ୍ୟକାଳ ସରଗରମ । ଗଣଶିକ୍ଷା ବିଭାଗ ପକ୍ଷରୁ ମହତ୍ମାଗାନ୍ଧୀଙ୍କ 150 ତମ ପୂର୍ତ୍ତି ଅବସରରେ ପ୍ରକାଶିତ ବ୍ରୋଚରକୁ ନେଇ ଗୃହରେ ସୃଷ୍ଟି ହେଲା ଝଡ଼ । ବ୍ରୋଚରରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମୃତ୍ୟୁକୁ ଭୁଲ ଦର୍ଶାଯାଇଥିବା ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟଦଳ ନେତା ନରସିଂହ ମିଶ୍ର । ସେହିଭଳି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନରସିଂହଙ୍କ ସ୍ବରରେ ସ୍ବର ମିଳାଇଥିଲେ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଗୃହର ସମସ୍ତ ନେତା ନିନ୍ଦା କରିବା ସହ ଉଦବେଗ ପ୍ରକାଶ କରନ୍ତୁ ବୋଲି କହିଥିଲେ ସୌମ୍ୟ । ତେବେ ଏହି ଘଟଣାର ଅନୁଧ୍ୟାନ କରି ଶନିବାର ଗଣଶିକ୍ଷା ମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ରୁଲିଂ ଦେଇଛନ୍ତି ବାଚସ୍ପତି ।

ସେପଟେ ଏହି ଘଟଣାକୁ ନେଇ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ ହୋଇ ସତ୍ୟାସତ୍ୟ ସମ୍ନାକୁ ଆସିବା ଦରକାର । ତେବେ ବିରୋଧୀ ଦଳ ଉପନେତା କହିଛନ୍ତି ନରସିଂହ ମିଶ୍ରଙ୍କ କଥାରେ ଦ୍ୱିରୁକ୍ତି କରୁନି। ମନରୁ କାଢିଲେ ଵହୁତ କଥା ବାହାରିବ । ଵହିରେ ଯାହା ଦର୍ଶାଯାଇଛି, କିଛି ବିନ୍ଦୁ ଉପରେ ଛପାଯାଇଛି । ସ୍ମିତାରାଣୀ ମାମଲାକୁ ଜାଣିଶୁଣି ଏଡାଇଵାକୁ ସରକାରଙ୍କ ସହଯୋଗରେ କଂଗ୍ରେସ ଏସବୁ କରୁଛି ବୋଲି ବିରୋଧୀ ଦଳ ଉପନେତା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top