X
Breaking News
ନ୍ୟୁଜ୍

ନିରଞ୍ଜନ ପୂଜାରୀଙ୍କ ଭୁଲ୍‌ ତଥ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ମହାରଥୀ

assembley Moharathy niranjan

ଭୁବନେଶ୍ୱର: ବିଧାନସଭାରେ ମହାରଥୀଙ୍କ ଅସନ୍ତୋଷ ପ୍ରକାଶ । ମନ୍ତ୍ରୀଙ୍କ ଉତ୍ତର ଭୁଲ୍‌ ଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି ମହାରଥୀ । ମନ୍ତ୍ରୀ ନିରଞ୍ଜନ ଭୁଲ ତଥ୍ୟ ଦେଇ ତାଙ୍କୁ ଆକ୍ଷେପ କରିଥିବାରୁ ଗତକାଲିଠାରୁ ଖାଦ୍ୟ ଛୁଇଁ ନଥିବା କଥା କହିଛନ୍ତି ମହାରଥୀ । ବୁଧବାର ଗୃହରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଭୁଲ ତଥ୍ୟ ଦେଇଛନ୍ତି । ନିରଞ୍ଜନଙ୍କ କହିବାନୁଯାୟୀ, ରାଜ୍ୟରେ 128ଟି ଶୀତଳ ଭଣ୍ଡାର ଥିବା ବେଳେ ଏବେ ତାହା 48କୁ ଖସିଛି । ଏବଂ ମନ୍ତ୍ରୀ ମହାରଥୀଙ୍କ ସମୟରେ ଅନେକ ଶୀତଳ ଭଣ୍ଡାର ବନ୍ଦ ହୋଇଛି । ଯାହା କି ସମ୍ପୁର୍ଣ୍ଣ ଭୁଲ୍‌ ତଥ୍ୟ ।

ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେତେବେଳେ ସେ କୃଷିମନ୍ତ୍ରୀ ଦାୟିତ୍ୱରେ ଥିଲେ ସେତେବେଳେ ରାଜ୍ୟରେ ମୋଟ୍‌ 24ଟି ଶୀତଳ ଭଣ୍ଡାର ଥିଲା । ସେ ଅନେକ ଚେଷ୍ଟା କରି ତାକୁ 48ରେ ପହଞ୍ଚାଇଛନ୍ତି ।

ପ୍ରଦୀପ ମହାରଥୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ଗୋଟିଏ ମନ୍ତ୍ରୀ ପଦ ଖାଲି ଅଛି ବୋଲି କ’ଣ ସେହି ଲୋଭରେ ମନ୍ତ୍ରୀ ଯାହ କହିବେ ସହିଯିବି କି ?’ ମନ୍ତ୍ରୀ ପଦକୁ ମହାରଥୀ ଲୋଭ କରୁନଥିବା ମଧ୍ୟ ସେ ନିଜେ କହିଛନ୍ତି । ଏହା ସହ ମନ୍ତ୍ରୀ ନିରଞ୍ଜନ ଗତକାଲି ଯେଉଁ ଆକ୍ଷେପ କରିଛନ୍ତି ତାକୁ ପ୍ରତ୍ୟାହାର କରନ୍ତୁ ବୋଲି ମହାରଥୀ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top