ନ୍ୟୁଜ୍

ଅର୍ଥ ମାଗିବାରେ ବ୍ୟସ୍ତ, ବିନିଯୋଗ ପ୍ରମାଣପତ୍ର ଚୁଲିକି ଯାଉ

BJD SITARAMAN

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ବିଜେଡି ସାଂସଦମାନେ ଓଡ଼ିଶାର ୧୧୪ଟି ପୌର ସଂସ୍ଥା ପାଇଁ ବକେୟା ଥିବା ୭୦୦ କୋଟି ଟଙ୍କାର ଅନୁଦାନ ଯଥାଶୀଘ୍ର ପୈଠ କରିବା ପାଇଁ ଦାବି କରିଛନ୍ତି । ତେବେ ବିନିଯୋଗ ପ୍ରମାଣପତ୍ର (ୟୁସି) ଏବଂ ଚତୁର୍ଦ୍ଦଶ ଅର୍ଥ କମିଶନର ମାନଦଣ୍ଡ ପୂରଣ କରି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପାଖରେ ଏହି ଅନୁଦାନ ପାଇବା ପାଇଁ ବିଜେଡି ସାଂସଦମାନେ ଦାବି କରି ନିଜର ଅପାରଗତାକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି ।

ସୂଚନାଯୋଗ୍ୟ, ବିଜେଡିର ଦାବି ପତ୍ର ଅନୁଯାୟୀ ୧୪ତମ ଅର୍ଥ କମିଶନରେ ୨୦୧୫ ଆର୍ଥିକ ବର୍ଷରୁ ୨୦୨୦ ପର୍ଯ୍ୟନ୍ତ ପୌର ସଂସ୍ଥା ବାବଦକୁ କେନ୍ଦ୍ର ସରକାରଙ୍କ ମୋଟ ୧୭୭୨ କୋଟି ଟଙ୍କା ଅନୁଦାନରୁ ଓଡିଶାକୁ ୧୦୬୫ କୋଟି ଟଙ୍କା ଦେଇସାରିଛନ୍ତି । ଏଯାବତ୍‌ ଓଡିଶାକୁ ୭୦୭ କୋଟି ଟଙ୍କାର ଅନୁଦାନ ମିଳିନାହିଁ । ଉଲ୍ଲେଖୀୟ ଯେ, ୨୦୧୯-୨୦ ବର୍ଷ ପାଇଁ ମୂଳ ଅର୍ଥ ରାଜ୍ୟମାନଙ୍କୁ ମିଳିଥିବା ବେଳେ ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡିଶା ସମେତ କୌଣସି ରାଜ୍ୟକୁ ପ୍ରଦର୍ଶନ ବାବଦକୁ ଅର୍ଥ ମିଳିନାହିଁ ।

ଦେଖିବାକୁ ଗଲେ ମୂଳ ଅର୍ଥ ପାଇବାକୁ ହେଲେ ଓଡିଶାକୁ ଏକ ବିନିଯୋଗ ପ୍ରମାଣପତ୍ର କେନ୍ଦ୍ର ସରକାରଙ୍କ ପାଖରେ ଦାଖଲ କରିବାକୁ ପଡିବ । ଯଥା, ଗ୍ରାମ ପଂଚାୟତ ଏବଂ ପୌର ସଂସ୍ଥାର ବର୍ଷୱାରୀ ରାଜସ୍ୱ ପରିମାଣ ବୃଦ୍ଧି ରିପୋର୍ଟ ଓ ପୌର ସଂସ୍ଥାରେ ଲୋକଙ୍କୁ ମିଳୁଥିବା ସୁବିଧାର ରିପୋର୍ଟ ଦାଖଲ କରିବାକୁ ପଡିବ । ତେବେ ଅନୁମୋଦିତ ରାଶି ପାଇବା ପରେ ଓଡ଼ିଶା ବିନିଯୋଗ ପ୍ରମାଣପତ୍ର କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଛି କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏତଦ୍‌ବ୍ୟତିତ ଓଡିଶା ପଦର୍ଶନ ବାବଦକୁ ଅର୍ଥ ପାଇବା ପାଇଁ ମଧ୍ୟ ଆବଶ୍ୟକୀୟ ମାନଦଣ୍ଡ ପୂରଣ କରିନାହିଁ । ଏ ସମସ୍ତ ଦିଗକୁ ଦେଖିବାକୁ ଗଲେ ବିଜେଡି ସାଂସଦଙ୍କ ଦାବି କେବଳ ନିଜର ଅପାରଗତାକୁ ଲୁଚାଇବା ଭଳି ହୋଇଛି ।

ପ୍ରକାଶ ଯେ, ଚଳିତ ବଜେଟରେ ମିଳିଥିବା ଅନୁଦାନ ୬୮ ହଜାର ୩୦୦ କୋଟିିକୁ ମିଶାଇ ଆର୍ଥିକ ବର୍ଷ ୨୦୧୫-୧୬ରୁ ୨୦୧୯-୨୦ ପର୍ଯ୍ୟନ୍ତ ଓଡିଶାକୁ ୧ ଲକ୍ଷ ୬୯ ହଜାର ୨୯୪ କୋଟି ଟଙ୍କା ମିଳିଛି । ଅପରପକ୍ଷରେ କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୧୫-୧୬ ରୁ ୨୦୧୯-୨୦ ଭିତରେ ଗ୍ରାମ୍ୟ ପଂଚାୟତ ସଂସ୍ଥା (ଆରଏଲବି)ରେ ୮୩୩୫.୨୫ କୋଟି ଟଙ୍କା ଦେଇଥିବା ବେଳେ ପୌର ସଂସ୍ଥା (ୟୁଏଲବି) ବାବାଦକୁ ୧୦୬୫ କୋଟି ଟଙ୍କା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top