ନ୍ୟୁଜ୍

ନୟାଗଡ଼ରେ CAA ସଚେତନତା ରାଲିରେ ଚିନିକଳ ଚାଲୁକରିବା କଥା କହିଲେ ସମୀର..!

Nayagarh BJP Irani

ନୟାଗଡ/ଭୁବନେଶ୍ୱର: ନୟାଗଡ଼ରେ ଚିନିକଳ କଥା ଦୋହରାଇଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । କହିଲେ ବିଜେପି ଶାସନକୁ ଆସିଲେ ଚିନିକଳ ଚାଲୁ କରିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ବିଧାୟକ ଅରୁଣ ସହୁଙ୍କୁ ଚିନିକଳ ଚାଲୁ କରିବା ନେଇ ଆହ୍ୱାନ୍‌ ଦେଇଥିଲେ ମଧ୍ୟ ବିଧାୟକ ଏବେ ସୁଦ୍ଧା କିଛି ପ୍ରସ୍ତାବ ଦେଇ ନାହାନ୍ତି କହିଲେ ସମୀର । ନୟାଗଡ଼ରେ ବିଜେପି ପକ୍ଷରୁ ସିଏଏ ସଚେତନତା ରାଲି ଆୟୋଜନ କରାଯାଇଥିବା ବେଳେ ସମୀର ଏଭଳି କହିଛନ୍ତି ।

Nayagarh BJP Irani

ସେ ଆହୁରି କହୁଛନ୍ତି ଯେ, ଦେଶର ବିଭାଜନ ଧର୍ମ ଆଧାରରେ ହେବା କଥା ନୁହେଁ କିନ୍ତୁ କଂଗ୍ରେସ ଧର୍ମ ଆଧାରରେ ଦେଶକୁ ବିଭାଜନ କରିଛି । ଆଉ ଏବେ କ୍ଷମତା ହାସଲ କରିବା ପାଇଁ ନାଗରିକତା ସଂଶୋଧନ ଆଇନ ନାଁରେ ହୀନ ରାଜନୀତି କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରିଚାଲିଛି । ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ । କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି ବୋଲି ନୟାଗଡଠାରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲିରେ ଯୋଗଦେଇ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।

Nayagarh BJP Irani

ଶ୍ରୀ ମହାନ୍ତି କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ଦ୍ୱାରା ୩୧ ଡିସେମ୍ବର ୨୦୧୪ ସୁଦ୍ଧା ଧାର୍ମିକ ଉତ୍ପୀଡନର ଶିକାର ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି । ଏହି ଆଇନ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ଦଳକୁ ଆହ୍ୱାନ ଦେଇଥିଲେ । କିନ୍ତୁ ବିରୋଧୀ ତାହା ନକରି ରାଜରାସ୍ତାରେ ଜନତାଙ୍କୁ ବିଭ୍ରାନ୍ତି କରି ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ରାଷ୍ଟ୍ର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଛି । ‘ସବକା ସାଥ – ସବକା ବିକାଶ -ସବକା ବିଶ୍ୱାସ’ର ମୂଳମନ୍ତ୍ରକୁ ଆଧାର କରି ମୋଦି ସରକାର ଦେଶକୁ ବିକାଶର ପଥରେ ଆଗେଇ ନେଇ ଚାଲିଛନ୍ତି । ତିନ ତଲାକ ଆଇନ ଆଣିବା, ୩୦୭ ଏବଂ ୩୫(କ) ଧାରା କାଶ୍ମୀରରୁ ଉଠାଇବା, ରାମ ମନ୍ଦିର ନିର୍ମାଣ ଏବଂ ଏବେ ନାଗରିକତା ସଂଶୋଧନ ଆଇନ ଆଣି ଦେଶ ସୁରକ୍ଷା ଦିଗରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି । କିନ୍ତୁ କଂଗ୍ରେସ ସରକାର ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ରହି କେବଳ ସମସ୍ୟା ସୃଷ୍ଟି କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହା ସହ ‘୮୮୬୬୨-୮୮୬୬୨’ ନମ୍ବରରେ ମିସ୍‌ଡ କଲ ଦେଇ ସିଏଏକୁ ସମର୍ଥନ ଦେବାକୁ ଶ୍ରୀ ମହାନ୍ତି ଉପସ୍ଥିତ ସଭାରେ ସମସ୍ତ ଜନସାଧାରଣମାନଙ୍କୁ ଅନୁରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top