ନ୍ୟୁଜ୍

ରୁପେଶ ଭଦ୍ରାକୁ ସୁରକ୍ଷା ଦେଇ ରଙ୍ଗଶାଳା ଭାଙ୍ଗି ପ୍ରମାଣ ନଷ୍ଟ କରୁଛି ପ୍ରଶାସନ: ଲେଖାଶ୍ରୀ

Lekhashree
file photo

ଯାଜପୁର: ରୂପେଶ ଭଦ୍ରାଙ୍କ ରଙ୍ଗଶାଳାକୁ ଭାଙ୍ଗି ପ୍ରମାଣ ନଷ୍ଟ କରିଛି ଯାଜପୁର ଜିଲ୍ଲା ପ୍ରଶାସନ । ରୂପେଶ ଭଦ୍ରାଙ୍କ ସୁରକ୍ଷାରେ ଲାଗିଛନ୍ତି ଯାଜପୁର ଏସ୍‌ପି ଚରଣ ସିଂ ମୀନା । ଆଉ ମୀନାଙ୍କ ସୁରକ୍ଷାରେ ଲାଗିଛନ୍ତି ତୃତୀୟ ମହଲାର ପାୱାରଫୁଲ ନେତା ଓ ଅଫିସର  ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ, ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟ ମାମଲାରେ ଯେଉଁ କିଛି ପ୍ରମାଣ ଥିଲା ସେ ପ୍ରମାଣକୁ ପ୍ରଶାସନ ମାଟିରେ ମିଶାଇ ଦେଇଛି । ତେଣୁ ଯାଜପୁର ପୋଲିସ ଘଟଣାର ତଦନ୍ତ କଲେ ନ୍ୟାୟ ମିଳିବ ନାହିଁ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଜେପି ଦାବି କରିଛି । ଲେଖାଶ୍ରୀ କହିଛନ୍ତି ଏତେ ବଡ ସମ୍ବେଦନଶୀଳ ଘଟଣାରେ ପୋଲିସ ଯେପରି ଭାବେ ତଦନ୍ତ କରିବା କଥା ତାହା କରିନାହିଁ । ତଦନ୍ତ ପୂର୍ବରୁ ଏସ୍‌ପି ଚରଣ ସିଂ ମୀନା ମୃତକଙ୍କ ଚରିତ୍ର ସଂହାର କରିବାକୁ ପଛାଇ ନାହାନ୍ତି ।

ଲେଖାଶ୍ରୀ ଆହୁରି ପ୍ରଶ୍ନ କରିଛନ୍ତି ଘଟଣା ଘଟିବା ସମୟରେ ରଙ୍ଗଶାଳାରେ ଥିବା ସିସିଟିଭି କାହା ପାଖରେ ଅଛି ? ରଙ୍ଗଶାଳାର ତଥ୍ୟ କାହା ପାଖରେ ? ଘଟଣାଦିନ ସେଠାରେ ଉପସ୍ଥିତ ଥିବା ଅନ୍ୟମାନଙ୍କୁ କଣ ପାଇଁ ଗିରଫ କରାଗଲା ନାହିଁ ? ଘଟଣାସ୍ଥଳରେ ଉପସ୍ଥିତ ଥିବା ରାମକୋର ବରିଷ୍ଠ ଅଧିକାରୀଙ୍କ ନାଁ କାହିଁକି ପ୍ରକାଶ କରାଯାଉ ନାହିଁ ?

ସରକାରୀ ରେକର୍ଡରେ 2018ରେ ରଙ୍ଗଶାଳା ଭଙ୍ଗାଯାଇଥିବା ବେଳେ ସେଠାରେ ରଙ୍ଗଶାଳା କିପରି ରହିଲା । ଏଥିପାଇଁ ଦାୟୀ ରହିଥିବା ଅଧିକାରୀଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ । ଆରଆଇ, ତହସିଲଦାର, ବିଡିଓ, ଜିଲ୍ଲାପାଳଙ୍କ ବିରୋଧରେ କାହିଁକି ହେଉନାହିଁ କାର୍ଯ୍ୟାନୁଷ୍ଠାନ ? ବିଜେଡିର ଅଫିସ ଥିବା ଏହି ରଙ୍ଗଶାଳାରେ ଘଟିଥିଲା ଅଘଟଣ । ରଙ୍ଗଶାଳାରେ ଉଡୁଥିଲା ବିଜେଡି ପତାକା । ଆଉ ରାତାରାତି ଖୋଲିଦିଆଗଲା ଏହି ପତାକା । ଘଟଣାର କ୍ରାଇମବ୍ରାଞ୍ଚ୍‌ ତଦନ୍ତ ପାଇଁ ଖୋଦ୍ ରାଜ୍ୟ ମହିଳା କମିଶନ ସୁପାରିଶ କରିଥିବା ବେଳେ କଣ ପାଇଁ ଘଟଣାର ତଦନ୍ତ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

ଲେଖାଶ୍ରୀ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମା’କୁ ସମ୍ମାନ କଥା କହୁଥିବା ବେଳେ ସ୍ମିତାରାଣୀଙ୍କୁ ନ୍ୟାୟ ଦେଲେ ନାହିଁ କାହିଁକି ? ନ୍ୟାୟ ଦେବାପାଉଁ ପ୍ରତିଶ୍ରୁତି ଦେଇଥିବା ତତ୍‌କାଳୀନ ପୋଲିସ ଡିଜି ବି.କେ ଶର୍ମାଙ୍କୁ ପଦବୀରୁ ହଟାଇ ଦିଆଗଲା କାହିଁକି ? ଚରଣ ସିଂ ମୀନା କ’ଣ ସର୍ବେସର୍ବା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଯାଜପୁରରେ ଅଧର୍ମ ସରକାର ଚାଲିଛି । ଆଉ ଏହାର ଚେର ତୃତୀୟ ମହଲାକୁ ଲମ୍ବିଛି ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ ।

ଅନ୍ୟପଟେ ଏହି ଘଟଣାରେ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେପଟେ ଘଟଣାକୁ ନେଇ ସରକାରଙ୍କୁ କଂଗ୍ରେସ ମଧ୍ୟ ସମାଲୋଚନା କରିଛି । ଆଉ ଲେଖାଶ୍ରୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି ଖୋଦ୍‌ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ କହିଛନ୍ତି ମୋ’ ସରକାର ଓ 5T ଆସିବା ପରେ ପୋଲିସର ଆଚରଣରେ ପରିବର୍ତନ ଆସିଛି ।

ସେପଟେ ରଙ୍ଗଶାଳା ଉଚ୍ଛେଦ ନାଁରେ ପ୍ରମାଣ ନଷ୍ଟ ପାଇଁ ସମସ୍ତ ଉଦ୍ୟମ କରାଯାଇଥିବା ବିରୋଧୀ ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳ କିନ୍ତୁ କହିଥିଲେ ସମସ୍ତ ଆଇନଗତ ଦିଗ ସରିବା ପରେ ରଙ୍ଗଶାଳା ଆଜି ଉଚ୍ଛେଦ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top