ନ୍ୟୁଜ୍

ପୋଡ଼ି ହୋଇ ଶିଶୁ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ

naveen

ଗଞ୍ଜାମ: ଖେଳୁ ଖେଳୁ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଥିବା 3 ଶିଶୁଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୁରଣ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଯୋଗ୍ୟ, ଗଞ୍ଜାମ ଜିଲା ପୋଲସରା ଖଇରଚଟା ଗାଁରେ ଆଜି ସକାଳେ ଚାରି ଜଣ ଶିଶୁ ପାଳଗଦାରେ ଖେଳୁ ଖେଳୁ ସେଥିରେ ନିଆଁ ଲାଗିଯାଇଥିଲା । ଆଉ ସେହି ନିଆଁରେ ସେମାନେ ପୋଡ଼ି ହୋଇ ଯାଇଥିଲେ । ଏଥିରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଖବର ରହିଛି । ସମସ୍ତଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ଚିକିତ୍ସା କରି 3 ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣେ ଗୁରୁତର ଥିବା ଡାକ୍ତର କହିଛନ୍ତି । ତେବେ ଗୁରୁତରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ଭରାଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ପୁଅ ଓ ଜଣେ ଝିଅ ରହିଛି ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top