ନ୍ୟୁଜ୍

ଲୋକସେବା ଭବନରେ ଉଦ୍‌ଘାଟିତ ହେଲା କନ୍‌ଭେନ୍‌ସନ ସେଣ୍ଟର

Convention center

ଭୁବନେଶ୍ୱର: ଲୋକସେବା ଭବନରେ ଉଦ୍‌ଘାଟିତ ହୋଇଯାଇଛି କନ୍‌ଭେନ୍‌ସନ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । 40 କୋଟି ଟଙ୍କା ଵ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । 5180 ବର୍ଗ ମିଟର ଅଂଚଳରେ ନିର୍ମାଣ ହୋଇଛି ଏହି ଦୁଇ ମହଲା ବିଶିଷ୍ଟ ବିଲ୍ଡିଂ । ଏଥିରେ ରହିଛି 390 ସିଟ୍‌ ବିଶିଷ୍ଟ ସମ୍ମିଳନୀ କକ୍ଷ । ଏହି ହଲ କାନ୍ଥରେ ଏକ ବଡ଼ ଏଲଇଡି ଲଗାଯାଇଛି । ତଳ ମହଲାରେ 80 ରୁ 90 ସିଟ୍‌ ବିଶିଷ୍ଟ ବାଙ୍କ୍ୱେଟ୍‌ ହଲ ମଧ୍ୟ ରହିଛି । 60 ଜଣ ବସିବା ଭଳି ଭିଆଇପି ଲାଉଞ୍ଜ ରହିଥିବା ବେଳେ ଉପର ମହଲରେ 103 ସିଟ୍‌ ବିଶିଷ୍ଟ ସମ୍ମିଳନୀ କକ୍ଷ ମଧ୍ୟ ରହିଛି । ଏହାବାଦ୍‌ 30 ଓ 15 ସିଟ୍‌ ବିଶିଷ୍ଟ ଦୁଇଟି ଛୋଟ ସମ୍ମିଳନୀ କକ୍ଷ ରହିଛି । ଅତ୍ୟାଧୁନିକ ପାଠାଗାର, 100 ଜଣ ବସିବା ଭଳି ଫୁଡ୍‌ ପ୍ଲାଜା ରହିଛି । ଏହା ଉଦଘାଟନ ହେବା ପରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏହିଠାରେ କରାଯିବ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top