X
Breaking News
ନ୍ୟୁଜ୍

ପ୍ରକାଶ ପାଇଲା କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା, ରାଜ୍ୟ ପ୍ରଭାରୀ ଓ ସହ ପ୍ରଭାରୀ ତାଲିକାରେ ସାମିଲ

NIRANJAN

ଭୁବନେଶ୍ୱର: ପାଟକୁରା ପାଇଁ କଂଗ୍ରେସ ମଧ୍ୟ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ପ୍ରଥମେ ବିଜେଡି ଓ ବିଜେପି ପକ୍ଷରୁ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହେବା ପରେ ଏବେ କଂଗ୍ରେସ ନିଜର ପ୍ରଚାର କର୍ଯ୍ୟକ୍ରମ ଆରମ୍ଭ କରିଛି । ତେବେ କଂଗ୍ରେସର ଏହି ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଏବଂ ସହ ପ୍ରଭାରୀ ଟି.ଏସ୍‌. ସିଂହଦେଓ ସାମିଲ ଥିବା ଜଣାପଡ଼ିଛି । ଏହାସହ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ନରସିଂହ ମିଶ୍ର, ଭକ୍ତ ଦାସ, ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, ଜୟଦେବ ଜେନା ମଧ୍ୟ ତାଲିକାରେ ସ୍ଥାନ ପାଇଛନ୍ତି । ସେହିଭଳି ଅନ୍ୟପଟେ ଚିରଂଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ମଧ୍ୟ ତାଲିକାରେ ଷ୍ଟାର ପ୍ରଚାରକ ଭାବେ ସ୍ଥାନ ଦିଆଯାଇଛି ।

Congress 40 star

Click to comment

Leave a Reply

Your email address will not be published. Required fields are marked *

Most Popular

To Top