ନ୍ୟୁଜ୍

ବିଧାନସଭା ଆରମ୍ଭରୁ କକ୍ଷ ତ୍ୟାଗ କଲା କଂଗ୍ରେସ

Assembly

ଭୁବନେଶ୍ୱର: ଆରମ୍ଭରୁ କକ୍ଷ ତ୍ୟାଗ କଲା କଂଗ୍ରେସ । ଆଜି ବଜେଟ୍‌ ଅଧିବେଶନର ପ୍ରଥମ ଦିନରୁ କଂଗ୍ରେସ ଆରମ୍ଭ କରିଛି ବିଭ୍ରାଟ । ରାଜ୍ୟପାଳଙ୍କ ଅଭିଭାଷଣ ସରିବା ପୂର୍ବରୁ କଂଗ୍ରେସ କକ୍ଷ ତ୍ୟାଗ କରିଛି । ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର ଗୋଲାପି ଚିତ୍ର ଦେଖାଉଥିବା ଅଭିଯୋଗ କରି କଂଗ୍ରେସ ଗୃହ ତ୍ୟାଗ କରିଛି । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରିଛି କଂଗ୍ରେସ ।

ପ୍ରଥମେ ନିଜ ଆସନରେ ଛିଡା ହୋଇ ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କଲେ କଂଗ୍ରେସ ନେତା । ଆଉ କିଛି ସମୟ ପରେ କଂଗ୍ରେସର ସମସ୍ତ ବିଧାୟକ କକ୍ଷତ୍ୟାଗ କରିଥିଲେ ।

ଆଜିଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣ ପରେ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଦିଆଯାଇଛି । ଏହା ପରେ ଗୃହରେ ବିଧାନସଭା କାର୍ଯ୍ୟ ଆରମ୍ଭ କରାଯାଇଛି । ତେବେ ରାଜ୍ୟପାଳ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଭଲ ମନ୍ଦ କଥା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର କେତେ ସଫଳତାର ସହ ସରକାର ଚଳାଇଛନ୍ତି ତାକୁ ନେଇ ରାଜ୍ୟପାଳ ବିଧାନସଭାରେ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top