ନ୍ୟୁଜ୍

ଭିତରେ ବୈଠକ ବାହାରେ ବିଦ୍ରୋହ, ଦଳୀୟ କନ୍ଦଳ ଅଣାୟତ୍ତ କଲାଣି ! ଦେଖନ୍ତୁ…

Congress

ଭୁବନେଶ୍ୱର: ଭିତରେ ବୈଠକ ବାହାରେ ବିଦ୍ରୋହ । ପିସିସି ପରିବର୍ତ୍ତନର ଦାବି ପୁଣି ହୋଇଛି ତେଜ୍‌ । ଗୋଟିଏ ପଟେ କଂଗ୍ରେସର ସ୍ଥିତିକୁ ରାଜ୍ୟରେ ମଜବୁତ କରିବା ନେଇ ଛାତ୍ର କଂଗ୍ରେସ କରୁଛି ବୈଠକ, ହେଲେ ଅନ୍ୟପଟେ ନିରଞ୍ଜନ ହଟାଅ ନାରା ସହ କଂଗ୍ରେସ ଭବନ ବାହାରେ ଦାବି କରୁଛନ୍ତି ଛାତ୍ର କଂଗ୍ରେସର ଅନ୍ୟ ଏକ ଗୋଷ୍ଠୀ । ସେପଟେ ଛାତ୍ର କଂଗ୍ରେସକୁ ସଞ୍ଜିବନୀ ଦେବା ପାଇଁ ନିରଞ୍ଜନଙ୍କ ଉଦ୍ୟମ । ତାଙ୍କର ନିର୍ଦ୍ଦେଶ କ୍ରମେ ଛାତ୍ର କଂଗ୍ରେସର ସୁପରିଚାଳନା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ହୋଇଥିବା ବେଳେ ଆଜି ଏହି କମଟିର ପ୍ରଥମ ବୈଠକ କଂଗ୍ରେସ ଭବନରେ ବସିଛି । କମିଟିରେ ପୂର୍ବତନ ବାଙ୍କୀ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକଙ୍କୁ ଅଧ୍ୟକ୍ଷ ଭାବେ ଦାଇତ୍ୱ ମିଳିଥିବା ବେଳେ ଆବାହକ ଭାବେ ଛାତ୍ର ନେତା ମନୋଜ ବିଶ୍ୱାଳଙ୍କୁ ଚୟନ କରାଯାଇଛି । କିନ୍ତୁ ଛାତ୍ର କଂଗ୍ରେସର ଅନ୍ୟ ଏକ ଗୋଷ୍ଠୀ ଏହି କମିଟି ମୂଲ୍ୟହୀନ ବୋଲି ଦାବି କରିବା ସହ ପିସିସି ସଭାପତି ପରିବର୍ତ୍ତନ ପାଇଁ ପୁଣିଥରେ ଦାବି କରିଛି ।

ଆଉ ଅନ୍ୟପଟେ ଏକ ଘରୋଇ ହୋଟେଲରେ ପ୍ରେସମିଟ୍‌ ମାଧ୍ୟମରେ ଦଳର ନେତାଙ୍କୁ ଶୃଙ୍ଖଳାର ପାଠ ପଢ଼ାଇଛନ୍ତି ପୂର୍ବତନ ଉପସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର । ଯେଉଁ ନେତାମାନେ ରାଜ୍ୟ ନେତୃତ୍ୱ ବିରୋଧରେ ବାରମ୍ବାର ଗଣମାଧ୍ୟମ ଆଗରେ ବିବୃତ୍ତି ରଖୁଛନ୍ତି ସେମାନଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ଅନୁରୋଧ କରିଛନ୍ତି ଆର୍ଯ୍ୟ ।

ଚଳିତ ବର୍ଷ ସାଧାରଣ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନରୁ ହିଁ ବର୍ତ୍ତମାନ ରାଜ୍ୟରେ ଦଳର ସ୍ଥିତି ଯେ କେତେ ଦୁର୍ବଳ ତାହା ସ୍ପଷ୍ଟ ହୋଇଯାଇଛି । ହେଲେ ନିର୍ବାଚନ ଶେଷ ହେବାର 6 ମାସ ବିତି ଯାଇଥିଲେ ସୁଦ୍ଧା କଂଗ୍ରେସରେ ସରୁନି ଦଳୀୟ ଅନ୍ତଃ କନ୍ଦଳ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top