ରାଜ୍ୟ

କଂଗ୍ରେସର କକ୍ଷତ୍ୟାଗ ନେଇ ନରସିଂହଙ୍କ ପ୍ରତିକ୍ରିୟା

Narsingh Mishra

ଭୁବନେଶ୍ୱର: ଆଜି ବିଧାନସଭା ଆରମ୍ଭରୁ କଂଗ୍ରେସ କକ୍ଷ ତ୍ୟାଗ କରିଛି । ପ୍ରଥମେ ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ ବିଧାୟକମାଦନେ କିଛି ସମୟ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରିଥିବା ବେଳେ ପରେ ଗୃହ ତ୍ୟାଗ କରିଥିଲେ ।

ତେବେ ରାଜ୍ୟପାଳଙ୍କ ଅଭିଭାଷଣ ସରିବା ପରେ ବରିଷ୍ଠ କଂଗ୍ରେସ ନେତା ପ୍ରତିକ୍ରିୟା ରଖିଛନ୍ତି ଯେ, ରାଜ୍ୟପାଳଙ୍କ ମୁହଁରେ କେବଳ ସରକାରଙ୍କ ପ୍ରଶଂସା କରାଯାଇଛି । ଚାଷୀଙ୍କ ପାଇଁ ରାଜ୍ୟ ସରକାର ପ୍ରକୃତରେ କ’ଣ କରିଛନ୍ତି ତାହା ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିନାହାନ୍ତି । ଚାଷୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ରାଜ୍ୟରେ ଚାଷୀମାନେ ଏବେ ବି ଆନ୍ଦୋଳନରେ ବସିଛନ୍ତି । ଚାଷୀମାନେ ଦୁଃଖ ଦୁର୍ଦଶାରେ ଦିନ କାଟୁଛନ୍ତି । ମଣ୍ଡିରେ ଏବେ ବି ଚାଷୀଙ୍କ ଧାନ ଖତ ଖାଉଛି । ମିଲରମାନେ ମଣ୍ଡିରେ ରାଜ କରୁଛନ୍ତି । ହେଲେ ରାଜ୍ୟପାଳ ସରକାରଙ୍କ କେବଳ ସଫଳତା ବଖାଣିଛନ୍ତି ଓ ପ୍ରଶଂସା କରିଛନ୍ତି । ଏହାକୁ ପ୍ରତିବାଦ କରି କଂଗ୍ରେସ କକ୍ଷତ୍ୟାଗ କରିଛି ବୋଲି ନରସିଂହ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top