ନ୍ୟୁଜ୍

ରାଜ୍ୟରେ ଔରଙ୍ଗଜେବ ଶାସନ, ଲୋକପ୍ରତିନିଧିଙ୍କ କଥା ଶୁଣୁ ନାହାନ୍ତି ଅଫିସର୍‌: ନରସିଂହ

narasingha Mishra

ଭୁବନେଶ୍ୱର: ପୁଣି ରାଜ୍ୟ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ନରସିଂହ ମିଶ୍ର କହିଛନ୍ତି ରାଜ୍ୟରେ ଔରଙ୍ଗଜେବ ଶାହନ ଚାଲିଛି । ଏଠାରେ ଅଫିସର ମାନେ ଯାହା ଚାହାନ୍ତି ତାହା କରନ୍ତି । ରାଜ୍ୟରେ ଅଫିସର ଶାସନ ଚାଲିଛି । ଅଫିସର୍‌ଙ୍କ ଆଗରେ ଲୋକପ୍ରତିନିଧିଙ୍କର କୌଣସି ଓଜନ୍‌ ନାହିଁ । ଏମିତିକି ଲୋକପ୍ରତିନିଧିଙ୍କ କଥା ମଧ୍ୟ ଶୁଣୁ ନାହାନ୍ତି ଅଫିସର୍‌ କିମ୍ବା ସଚିବ ମାନେ ।

ଖାଲି ସେତିକି ନୁହେଁ ବିଧାନସଭାରେ ପାରିତ ହେଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌, ଅଫିସର୍‌ଙ୍କ ଇଙ୍ଗିତରେ ହେଉଛି । ବିରୋଧୀଙ୍କ ମନ୍ତବ୍ୟ ମଧ୍ୟ ଏଠାରେ ଗ୍ରହଣ କରାଯାଉ ନାହିଁ । ବିରୋଧୀଙ୍କୁ ସମ୍ମାନ ଦିଆଯାଉନାହିଁ ।

ଅନ୍ୟପଟେ ନିଜ ଉପରେ ବିତିଥିବା କିଛି ଘଟଣାକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ନରସିଂହ । ସେ କହିଛନ୍ତି ଅନ୍ୟ ନେତାମାନଙ୍କୁ 4ରୁ 5ଗୁଣା ସୁରକ୍ଷାକର୍ମୀ ଦିଆଯାଉଥିବା ବେଳେ ତାଙ୍କ ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟହର କରିଦିଆଯାଇଛି । ଏ ପ୍ରସଙ୍ଗରେ ଡିଜିପି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଭେଟିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ତାଙ୍କୁ ମିଳିଲା ନାହିଁ ବୋଲି କହିଛନ୍ତି ନରସିଂହ ।

ତେବେ ଏଭଳି ପରିସ୍ଥିତିରେ ରାଜ୍ୟରେ କିଭଳି ସୁଶାସନ ଚାଲିବ ସେନେଇ ଉଠିଛି ପ୍ରଶ୍ନ । ଲୋକ ପ୍ରତିନିଧିଙ୍କୁ ଯଦି ଅଫିସର୍‌ ମାନେ ଖାତିର କରିବେ ନାହିଁ କି ତାଙ୍କ କଥା ଶୁଣିବେ ନାହିଁ, ତେବେ ଲୋକଙ୍କ ସମସ୍ୟାର ସମାଧାନ କିଭଳି ହେବ ସେନେଇ ବୁଦ୍ଧିଜୀବୀମାନେ ଆଶଙ୍କା ସୃଷ୍ଟି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top