X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ନ୍ୟୁଜ୍

ପ୍ରଚାର କରିବାକୁ ଯାଇଥିଲେ ଲୋକଙ୍କ ଆକ୍ରୋଶର ଶିକାର ହେଲେ

debi mishra

ବଡ଼ମ୍ବା: ବିଜେଡି ନତାଙ୍କୁ ଗାଁରେ ପୁରେଇ ଦେଲେନି ଗ୍ରାମବାସୀ । ବିଧାୟକ ତଥା ରାଜ୍ୟର ଜଣେ ଚର୍ଚ୍ଚିତ ଚେହେରା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ପ୍ରଚାର କରିବାକୁ ଗାଁ ଲୋକ ବାରଣ କରିଛନ୍ତି । କଟକ ଜିଲ୍ଲା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ବଡ଼ମ୍ବା ଅଞ୍ଚଳର ଗଡ଼ପୋଖରୀ ଗାଁକୁ ପ୍ରଚାର କରିବାକୁ ଯାଇଥିଲେ । ଏହି ସମୟରେ ଗଡ଼ପୋଖରୀ ପଞ୍ଚାୟତର 8 ନମ୍ବର ଓ୍ୱାର୍ଡ ବାସିନ୍ଦା ତାଙ୍କ ଗାଡ଼ିକୁ ଗାଁ ଭିତରେ ପ୍ରବେଶ କରିବାକୁ ଦେଇନଥିଲେ । ଗାଁର ଅନେକ ମହିଳା ଓ ପୁରୁଷ ମିଶି ତାଙ୍କ ଗାଡ଼ିକୁ ଅଟକାଇବା ସହ ସେଠାରେ ହୋ-ହଲ୍ଲା କରିଥିଲେ । ଏହା ସହ ତାଙ୍କୁ ଗାଁରେ ପ୍ରଚାର କରାଇଦେବୁ ନାହିଁ ବୋଲି ଧମକ ଦେଇଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା ।

ଗ୍ରାମବାସୀ କିଭଳି ବିଧାୟକଙ୍କ ଗାଡ଼ିକୁ ଅଟକାଇ ପ୍ରଶ୍ନ କରୁଛନ୍ତି ଦେଖନ୍ତୁ ଭିଡିଓ..

Click to comment

Leave a Reply

Your email address will not be published. Required fields are marked *

Most Popular

To Top