ନ୍ୟୁଜ୍

ମୁଖ୍ୟ ଶାସନ ସଚିବ ଥାଉ ଥାଉ ପାଣ୍ଡିଆନ୍‌ଙ୍କୁ ଗୁରୁତ୍ୱ କାହିଁକି ?

asit pandian

ଅର୍ଗସ ବ୍ୟୁରୋ: କ୍ଷମତା ଆଗରେ ବଡବାବୁ ତୁଚ୍ଛ । ଆମେ କହୁଛୁ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ କଥା । ରାଜ୍ୟ ପ୍ରଶାସନିକ କ୍ଷମତାର ମୁଖ୍ୟ କିନ୍ତୁ ଜଣେ ସଚିବଙ୍କ ନିକଟରେ ଅସହାୟ ! ଏକଥା କହୁଛନ୍ତି ସାଧାରଣ ଲୋକେ । ଜିଲ୍ଲା ଗସ୍ତରେ ମୁଖ୍ୟଶାସନ ସଚିବ ଯାଇଥିଲେ ମଧ୍ୟ 5ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଦିଆଯାଉଛି ଗୁରୁତ୍ୱ । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା କିଏ ବଳିୟାନ । ଅସିତ୍ ନା ପାଣ୍ଡିୟାନ୍ ?

ଜିଲ୍ଲାଗସ୍ତରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଥିବା ବେଳେ ସାଙ୍ଗରେ ଅଛନ୍ତି 5ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ । ହେଲେ ମୁଖ୍ୟଶାସନ ସଚିବଙ୍କ ଅପେକ୍ଷା 5ଟି ସଚିବଙ୍କୁ ଦିଆଯାଉଛି ଅଧିକ ଗୁରୁତ୍ୱ । 5ଟି ସଚିବ ଅଫିସ୍‌ ବୁଲି ଦେଖୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଉ ଉପସ୍ଥିତ ଥିବା ପୋଲିସ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଏଡ଼ାଇ ଦେଉଛନ୍ତି ।

ଏପରି ଭିଜୁଆଲ୍ ଭାଇରାଲ୍ ହେବାପରେ ପାୱାର କରିଡରେ ଭିନ୍ନ ଚର୍ଚ୍ଚା । ବାସ୍ତବରେ ଜଣେ ନିର୍ଦିଷ୍ଟ ସରକାରୀ ଅଧିକାରୀଙ୍କ କ୍ଷମତାକୁ ଲୋକଲୋଚନକୁ ଆଣିବା ପାଇଁ ଏପରି କରାଯାଇ ନାହିଁ ତ ? ମୁଖ୍ୟଶାସନ ସଚିବଙ୍କୁ ସର୍ବସମ୍ମୁଖରେ ଏତେ ଗୌଣ କରାଯିବା ପଛରେ ଆଉ କିଛି କାରଣ ଅଛି କି ? ଏହାକୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଆଲୋଚନା ସାଧାରଣରେ ଶୁଣିବାକୁ ମିଳୁଛି । ତେବେ ମୁଖ୍ୟଶାସନ ସଚିବଙ୍କ ନେତୃତ୍ୱରେ ଟିମ୍ ଯାଉଥିବା ବେଳେ ଜଣେ ସଚିବଙ୍କୁ କାହିଁକି ଏତେ ଗୁରୁତ୍ୱ ଦିଆଯାଉଛି ? ଏହାଦ୍ୱାରା ଅନ୍ୟ ଅଫିସରଙ୍କ ମନୋବଳ ଭାଙ୍ଗୁ ନାହିଁ ତ ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top