X
Breaking News
ନ୍ୟୁଜ୍

ବିଧାନସଭାରେ ବିଜେଡି-ବିଜେଡି ଲଢ଼େଇ, ସୁସାନ୍ତଙ୍କୁ ଘେରିଲେ ମହାରଥୀ

Pradeep MOHARATHY

ଭୁବନେଶ୍ୱର: ଚଳିତ ବିଧାନସଭାରେ ଦେଖିବାକୁ ମିଳୁଛି ଅନେକ ଅଶ୍ଚର୍ଯ୍ୟଜନକ ଦୃଶ୍ୟ । ଶାସକ ଦଳର ନେତାମାନେ ନିଜ ଦଳର ନେତାଙ୍କୁ ଟାର୍ଗେଟ କରୁଛନ୍ତି । ଆଜି ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁସାନ୍ତ ସିଂହଙ୍କ ମୁଖା ଖୋଲିଛନ୍ତି ଖୋଦ୍‌ ଶାସକ ଦଳର ବିଧାୟକ ପ୍ରଦୀପ ମହାରଥୀ ।

ମହାରଥୀ ସିଧା ସଳଖ ସୁସାନ୍ତ ସିଂହଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜ୍ୟରେ ଯେଉଁ ସଡ଼କ ନିର୍ମାଣ କରାଯାଉଛି ତାହା ଅତ୍ୟନ୍ତ ନିମ୍ନମାନର । ତେଣୁ ରାସ୍ତା କାମ ନୂଆ କରି ହୋଇଥିଲେ ମଧ୍ୟ ତାହା ଖୁବ୍‌ ଶୀଘ୍ର ନଷ୍ଟ ହୋଇଯାଉଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ରାସ୍ତା ଖରାପ ହେବାରୁ ଦୁର୍ଘଟଣା ମଧ୍ୟ ଘଟୁଛି ।

ମହାରଥୀ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ଷକ ପୂର୍ବରୁ ସେ 7ଟି ରାସ୍ତାର ଶିଳାନ୍ୟାସ ଦେଇଥିଲେ । କିନ୍ତୁ ଏଯାଏଁ ସେସବୁ ରାସ୍ତାର କାମ ଆରମ୍ଭ ହୋଇନାହିଁ । ଏହାର କାରଣ କ’ଣ  ବୋଲି ମହାରଥୀ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁସାନ୍ତ ସିଂହଙ୍କୁ ଗଭୀର ସ୍ୱରରେ ପ୍ରଶ୍ନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top