X
Breaking News
ନ୍ୟୁଜ୍

ଚରମ ସୀମାରେ ବିଜେଡିର ଗୋଷ୍ଠିକନ୍ଦଳ, କାର ଛାଡ଼ି ବାଇକ୍‌ରେ ଯିବାକୁ ବାଧ୍ୟ ହେଲେ ରାଜଶ୍ରୀ

Rajashree BJD

ଜଗତସିଂହପୁର: ବଢ଼ିବାରେ ଲାଗିଛି ବିଜେଡିର ଗୋଷ୍ଠି କନ୍ଦଳ । ଜଗତସିଂହପୁର ଜିଲ୍ଲାରେ ଶାସକ ବିଜେଡି ଦଳରେ ଗୋଷ୍ଠୀ କନ୍ଦଳ ଥମିବାର ନାଆଁ ଧରୁନି । ଆଜି ଅପରାହ୍ନରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଖୋଦ୍‌ ବିଜେଡି କର୍ମୀମାନେ ବିରୋଧ କରିଥିଲେ । ତିର୍ତୋଲ ନିର୍ବାଚନ ମଣ୍ଡଳୀ ଶାରଳାରୋଡ୍‌ରେ ତାଙ୍କ ଗାଡ଼ିକୁ ଜବରଦସ୍ତ ଅଟକାଇ ଓହ୍ଲାଇବାକୁ ବାଧ୍ୟ କରିଥିଲେ । ତେବେ ସେ ଗାଡ଼ିରୁ ଓହ୍ଲାଇଥିଲେ ସତ ହେଲେ କର୍ମୀଙ୍କ ପ୍ରବଳ ବିରୋଧ ଯୋଗୁଁ ଶେଷରେ କାର ଛାଡ଼ି ବାଇକ୍‌ରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ସେଠାରୁ ମୁକୁଳିବା ପରେ କର୍ମୀଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି ସାଂସଦ ରାଜଶ୍ରୀ ।

ଜଗତସିଂହପୁର ଜିଲ୍ଲାରେ ଗତ ଦୁଇ ଦଶନ୍ଧି ଧରି ଶାସକ ବିଜେଡି ଦଳରେ ଗୋଷ୍ଠୀ କନ୍ଦଳ ଥମିବାର ନାଆଁ ଧରୁନି । ଦାମ-ବିଷ୍ଣୁ, ବିଷ୍ଣୁ-ରାଜଶ୍ରୀ ବିବାଦରେ ଅଣନିଶ୍ୱାସୀ ହୋଇ ପଡିଲେଣି ବିଜେଡି କର୍ମୀ । ଗତ ପାଞ୍ଚ ବର୍ଷ ଧରି ତିର୍ତୋଲରେ ବିଧାୟିକା ଥିଲେ ରାଜଶ୍ରୀ । ଏହି ସମୟରେ ସ୍ଥାନୀୟ ବିଧାୟକଙ୍କ ଅଗୋଚରରେ କୌଣସି ଦଳୀୟ କାର୍ଯ୍ୟକ୍ରମ କିମ୍ବା ସରକାରୀ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ରାଜଶ୍ରୀ ହୁଇପ୍ ଜାରି କରିଥିଲେ । ତେବେ ଯେଉଁ ସାଂସଦ ନେତା କାର୍ଯ୍ୟକ୍ରମ କରିବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ସେ କଡ଼ା ବିରୋଧ ମଧ୍ୟ କରୁଥିଲେ ।

ତେବେ ରାଜଶ୍ରୀ ଆରମ୍ଭ କରିଥିବା ଟ୍ରେଣ୍ଡରେ ଏବେ ସେ ନିଜେ ଫସିଯାଇଛନ୍ତି । ସମାନ କାରଣ ଯୋଗୁଁ ତିର୍ତ୍ତୋଳରେ ତାଙ୍କୁ ହଟ୍ଟହଟ୍ଟା ହେବାକୁ ପଡ଼ିଛି । ସାଂସଦ ହେବା ପରେ ରାଜଶ୍ରୀ ତିର୍ତ୍ତୋଳର କନକପୁର ପଞ୍ଚାୟତରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ଏହି ସମୟରେ ସ୍ଥାନୀୟ ବିଧାୟକ ବିଷ୍ଣୁଙ୍କୁ ସମର୍ଥକ ମାନେ ତାଙ୍କୁ ବିରୋଧ କରିଥିଲେ । କାରଣ ସାଂସଦ ରାଜଶ୍ରୀ ଯେଉଁ କାର୍ଯ୍ୟକ୍ରମକୁ ଯାଉଥିଲେ ତାହା ବିଧାୟକଙ୍କୁ ଅଗୋଚର ଥିଲା ।

ତେଣୁ ବିଷ୍ଣୁଙ୍କ ସମର୍ଥକମାନେ ରାଜଶ୍ରୀଙ୍କ ଗସ୍ତକୁ ବିରୋଧ କରିବା ସହ ତାଙ୍କ ଗାଡ଼ି ଆଗରେ ଶୋଇଯାଇଥିଲେ । ଫଳରେ ତାଙ୍କ ଗାଡ଼ି ଆଗକୁ ଯାଇପାରିନଥିଲା । ବାଧ୍ୟ ହୋଇ ରାଜଶ୍ରୀ ଏକ ବାଇକ୍‌ ଯୋଗେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ରାଜଶ୍ରୀ ବିଧାୟକ ଥିବା ସମୟରେ ଦଳୀୟ କର୍ମୀଙ୍କୁ ନିର୍ଯ୍ୟାତନା ଦେବା ସହ ହତାଦର କରୁଥିଲେ ବୋଲି କର୍ମୀ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top