ନ୍ୟୁଜ୍

ପ୍ରକୃତ ହିତାଧିକାରୀ ତାଲିକାରୁ ବାଦ୍‌, ପକ୍କାଘର ଥିବା ଲୋକଙ୍କୁ ମିଳିଛି ସହାୟତା !

FONI CARD

କଟକ: ସରକାରୀ ବାବୁଙ୍କ ମନମାନି । ଫୋନି ସହାୟତା ଯୋଗାଇବା ଆଳରେ ବ୍ୟାପକ ଅନିୟମିତତା । ଘରଭଙ୍ଗା ଚିହ୍ନଟ ସମୟରେ ପ୍ରକୃତ କ୍ଷତିଗ୍ରସ୍ଥ ପରିବାର ଗୁଡିକୁ ଉପେକ୍ଷା କରାଯିବାର ଏକ ସଂଗୀନ ଅଭିଯୋଗ ଆସିଛି ।

ଫୋନିକୁ ପୁରିଛି 4 ମାସ । ଫୋନିର ତାଣ୍ଡବ ଏତେ ଉଗ୍ର ଥିଲା ଯେ, ଏବେବି ଅଣ୍ଟା ସଳଖି ପାରିନାହାନ୍ତି ଫୋନି ପ୍ରପିଡ଼ିତ । ଫୋନିରେ କେବଳ ଘର ଦ୍ୱାରା ଭାଙ୍ଗିଥିଲା ତାହା ନୁହେଁ, ଫସଲ ଉଜୁଡିବା ସହ ଅନେକ ପଶୁ ପକ୍ଷୀ ତଥା ଲୋକଙ୍କ ଜୀବନହାନୀ ହୋଇଥିଲା । ଏହାର ତଦନ୍ତ ପାଇଁ ସରକାରୀ ବାବୁମାନେ ଯେଉଁ ରିପୋର୍ଟ ପ୍ରସ୍ତୁତ କଲେ, ସେଥିରୁ ପ୍ରକୃତ କ୍ଷତିଗ୍ରସ୍ତ କିପରି ବାଦ୍‌ ପଡିଲେ ସେନଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଆନନ୍ଦପୁର ସହ କୁସୁପୁର, ରାହାଣିଆ, ମଉଦା, ବାରାହୀପୁର, ଚାହାପଡ଼ା, ଶ୍ରୀକୃଷ୍ଣପୁର, ଭେଡ଼ା, କୁଣ୍ଡି, କୁହୁଣ୍ଡା, ମୂଳବସନ୍ତ, ବାସୁଦେବପୁର, ମଧୁପୁର ଏବଂ ସମସରପୁର ଆଦି 37 ଗ୍ରାମ ପଂଚାୟତରୁ ସମାନ ଅଭିଯୋଗ ଆସିଛି । ଏପରିକି ମାହାଙ୍ଗା ତହସିଲ ଅଂଚଳରେ ଭୁଲ ତଥ୍ୟ ପ୍ରସ୍ତୁତ କରି ହିତାଧିକାରୀଙ୍କ ପିଛା 10 ହାଜରରୁ 30 ହାଜର ଟଙ୍କା ଦଲାଲ ଓ ରାଜନୈତିକ କର୍ମୀ ଆଦାୟ କରୁଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା ଅଭିଯୋଗ ଆଣିଛନ୍ତି ।

ଏପରିକି ତହସିଲ ଅଫିସ୍‌ ଦୌଡି ଦୌଡି ନୟାନ୍ତ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପାଇ ପାରି ନାହିଁ ଫୋନି ସହାୟତା । କେଉଁଠି ଫୋନି ସହାୟତାରୁ ବଂଚିତ ହୋଇ ଲୋକମାନଙ୍କ ମନରେ ଏକ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି ତ ଆଉ କେଉଁଠି କୋଠା ଘର ଥିବା ଲୋକଙ୍କୁ ଛପରଘର ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କାର ଫୋନି ସହାୟତା ଦିଆଯାଇଥିବାରୁ RDC ସ୍ତରୀୟ ତଦନ୍ତ ଦାବି ହୋଇଛି ।

କେନ୍ଦ୍ର ସରକାର ଓଡ଼ିଶାକୁ ଫୋନି ସହାୟତା ପାଇଁ ପର୍ଯ୍ୟାପ୍ତ ଅନୁଦାନ ରାଶି ଯୋଗାଇ ଦେଇଥିଲେ ମଧ୍ୟ ଅସାଧୁ ସରକାରୀ ବାବୁଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ପ୍ରକୃତ କ୍ଷତିଗ୍ରସ୍ତ ସହାୟତାରୁ ବଂଚିତ ହେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଘୋଟଲା ପଛର ଅସଲ ରହସ୍ୟ କେବେ ପଦାକୁ ଆସୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top