ନ୍ୟୁଜ୍

ଜଗନ୍ନାଥଙ୍କ ଟଙ୍କାରେ ସରକାରୀ ବାବୁଙ୍କ ୟୁରୋପ ଗସ୍ତ: ବିଜେପି

Mohan Majhi

ଭୁବନେଶ୍ୱର: ଶ୍ରୀମନ୍ଦିର ଟଙ୍କା ୟେସ୍‌ ବ୍ୟାଙ୍କରେ ରଖାଯିବା ପ୍ରସଙ୍ଗ ନେଇ ଆଜି ଗୃହରେ ସରକାରଙ୍କ ପୋଲ ଖୋଲିବାକୁ ଚେଷ୍ଟା କରିଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ମୋହନ ମାଝି । ସେ ଆଜି ସରକାର ଓ ସରକାରୀ ବାବୁଙ୍କର ଗୋଟିଏ ପରେ ଗୋଟିଏ ପୋଲ ଖୋଲିବାକୁ ତିଳେ ହେଲେ ପଛ ଘୁଞ୍ଚା ଦେଇନାହାନ୍ତି । ଏମିତିକି ଶ୍ରୀମନ୍ଦିର ଟଙ୍କା ୟେସ୍‌ ବ୍ୟାଙ୍କରେ ରଖିବା ପ୍ରସଙ୍ଗରେ, ସେ 5T ସଚିବ ଭିକେ ପାଣ୍ଡିଆନ୍‌ କଥା ମଧ୍ୟ ଉଠାଇଛନ୍ତି ।

ସେ ପ୍ରଥମେ ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ଓ ପୂର୍ବତନ ମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କୁ ଟଙ୍କା ବୁଡ଼ିବା ନେଇ ସମାଲୋଚନା କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି ବିଜୟ ସହୁଙ୍କୁ ଏଭଳି ଅଖଣ୍ଡ କ୍ଷମତା ଦେଲା କିଏ ? ପରିଚାଳନା କମିଟି ବୈଠକରେ ବିଜୟ ସାହୁ ସିଧା ସଳଖ କହୁଛନ୍ତି ମାର୍ଚ୍ଚରେ ଅବଧି ଶେଷ ହେବା ପରେ ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଯିବ । ଏଭଳି କହିବାକୁ ତାଙ୍କୁ ସାହାସ ଦେଲା କିଏ ବୋଲି ଶ୍ରୀ ମାଝି ପ୍ରଶ୍ନ କରିଛନ୍ତି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୁରୁକୁଳର ସମସ୍ତ ଫାଇଲ୍‌ ବିଜୟଙ୍କ ପାଖକୁ ଯାଉଛି, ଏହାର କାରଣ କ’ଣ ? ତାଙ୍କୁ ଏହି ଦାୟିତ୍ୱ ଦେଲା କିଏ ?

ବିଜୟ ସାହୁ ଓ ପ୍ରଦୀପ୍ତ ମହାପାତ୍ର ୟୁରୋପ ଗସ୍ତରେ ଯାଇଥିଲେ । ଏକଥା ଅର୍ଥନୈତିକ ସବକମିଟି ସଦସ୍ୟ ମାଧବ ମହାପାତ୍ର ଉଠାଇବା ପରେ ତାଙ୍କୁ ଗାଦିରୁ ହଟାଯାଇଥିଲା କି ? ଏନେଇ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ଶ୍ରୀ ମାଝି । ବଡ଼ ବାବୁମାନେ ବାହାର ସୁନ୍ଦର କରୁଛନ୍ତି ଆଉ ଭିତରେ କଳାକନା ବୁଲାଉଛନ୍ତି । ବିଜୟ ସହୁ ଶ୍ରୀମନ୍ଦିର ପାଇଁ କଳାପାହଡ଼ ସାଜିଛନ୍ତି । ସମସ୍ତେ ମିଳିମିଶି ଶ୍ରୀମନ୍ଦିର ଟଙ୍କାଙ୍କୁ ଚଳୁ କରିବାକୁ ଯୋଜନା କରୁଛନ୍ତି ବୋଲି କହିଛନ୍ତି ଶ୍ରୀମାଝି ।

ଅନ୍ୟପଟେ ବିଜୟ ଏକ ଘରୋଇ ସ୍କୁଲରେ ଅଧକ୍ଷ ରହିଛନ୍ତି । ଆଉ ତାଙ୍କ ସ୍କୁଲରେ ଭି.କେ ପଣ୍ଡିଆନଙ୍କ ପୁଅ ପଢୁଛନ୍ତି । ସେଥିପାଇଁ ପାଇଁ ତାଙ୍କୁ ରାଷ୍ଟ୍ରୀମନ୍ତ୍ରୀ ପାହ୍ୟା ଦିଆଯାଇଛି କି ? ଏହାର ସିବିଆଇ ତଦନ୍ତ କିମ୍ବା ED, ନହେଲେ ଗୃହ କମିଟି ଦ୍ୱାରା ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ମୋହନ ମାଝୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top