ନ୍ୟୁଜ୍

‘2018ରୁ ୟେସ୍‌ ବ୍ୟାଙ୍କ ଦେବଳିଆ, ତଥାପି ବାବୁମାନେ ଜାଣିପାରିଲେନି; ରାଜ୍ୟରେ ଏକ ରାକେଟ ଚାଲିଛି’

Mohan Majhi

ଭୁବନେଶ୍ୱର: 2018 ରୁ ଦେବାଳିଆ ହେଲାଣି ୟେସ୍‌ ବ୍ୟାଙ୍କ । ରାଜ୍ୟ ସରକାର କେମିତି ଜାଣିପାରିଲେ ନାହିଁ ? ୟେସ୍‌ ବ୍ୟାଙ୍କ ଦେବାଳିଆ ହେବା ଘଟଣା ତିରୁପତି ମନ୍ଦିର ପ୍ରଶାସନ ଜାଣିପାରିଲା, ଅଥଚ ଶ୍ରୀମନ୍ଦିର ପ୍ରଶାସନ ଜାଣିପାରିଲା ନାହିଁ କାହିଁକି ? କାହା ସ୍ୱାର୍ଥରେ ଏଭଳି କରାଯାଇଛି ? ରାଜ୍ୟ ସରକାରଙ୍କୁ ଏଭଳି କଡ଼ା ସମାଲୋଚନା କରିଛନ୍ତି ବରୋଧୀ ଦଳ ଉପମୁଖ୍ୟ ସଚେତକ ମୋହନ ମାଝି ।

ସେ ପ୍ରଶ୍ନ କରିଛନ୍ତି ଯେ, ମନ୍ଦିର ପ୍ରଶାସନ ରାଷ୍ଟ୍ରାୟତ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠାଇ ଅଧିକ ସୁଧ ଲୋଭରେ ୟେସ୍ ବ୍ୟାଙ୍କରେ ରଖିବାକୁ ସାହସ କଲେ କେମିତି ? 2018ରୁ ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତିରେ ରହିଥିବା ସତ୍ୱେ ସରକାରର ବଡ଼ ବାବୁ ମାନେ କେମିତି ଜାଣିପାରିଲେ ନାହିଁ ? ନାଜାଣି ଶୁଣି ରଖାଯାଇଛି ? ରାଜ୍ୟ ସରକାର ଚାହିଁଥିଲେ ତିରୁପତି ମନ୍ଦିର ଭଳି, ୟେସ୍‌ ବ୍ୟାଙ୍କରୁ ଶ୍ରୀମନ୍ଦିର ଟଙ୍କା ଉଠାଇ ଆଣି ପାରିଥାନ୍ତେ । ହେଲେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦିପ୍ତ ମହାପାତ୍ର ଓ ଚାଟାର୍ଡ଼ ଆକାଣ୍ଟାଣ୍ଟ ବିଜୟ କୁମାର ସାହୁଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏହି ଟଙ୍କାକୁ ସେଠି ବୁଡ଼ିବା ପାଇଁ ଛଡ଼ାଗଲା ବୋଲି କହିଛନ୍ତି ଶ୍ରୀ ମାଝି । କେବଳ କିଛି ନେତା ଓ ମନ୍ତ୍ରୀ ଓ ଅଫିସରଙ୍କ ସ୍ୱାର୍ଥ ସାଧନ ପାଇଁ ମହାପ୍ରଭୁଙ୍କ ସହ ଖେଳ ଖେଳାଯାଇଥିବା କହିଛନ୍ତି ଶ୍ରୀ ମାଝି । ସରକାରୀ ଅଧିକାରୀ ବିଦେଶ ଯାତ୍ରା ଲୋଭରେ ମହାପ୍ରଭୁଙ୍କର 545 କୋଟି ଟଙ୍କା ବୁଡାଇ ଦେଲେ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଏକ ଗୃହ କମିଟି ଗଠନ କରାଯାଉ । ନହେଲେ ଆଗାମୀ ଦିନରେ ଦଳ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମୋହନ ମାଝି ।

ଅନ୍ୟପଟେ ଓଏମ୍‌ସିର 650 କୋଟି ଟଙ୍କା ମଧ୍ୟ ଏକ ଘରୋଇ ବ୍ୟାଙ୍କରେ ରଖାଯାଇଥିବା କଥା କହିଥିବା ବେଳେ ଇଡ୍‌କୋ ଟଙ୍କା ବନ୍ଧନ ବ୍ୟାଙ୍କରେ ରଖାଯାଇଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ମାଝି । ସରକାରୀ ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖିବା ପାଇଁ, ଏକ ବଡ଼ ରାକେଟ କାମ କରୁଛି ବୋଲି ସରକାରୀ ଅଧିକାରୀଙ୍କୁ ଇଙ୍ଗିତ କରିଛନ୍ତି ମୋହନ ମାଝି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top