ନ୍ୟୁଜ୍

ଥମୁନି କଂଗ୍ରେସ କନ୍ଦଳ, ପୁଣି ଜୋର୍‌ ଧରିଲା ନିରଞ୍ଜନ ହଟାଅ ଦାବି

NSUI

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦବୀରୁ ହଟାଇ ତାଙ୍କ ସ୍ଥାନରେ ମହମ୍ମଦ ମୋକିମଙ୍କୁ ସଭାପତି କରିବାକୁ ପୁଣି ଜୋର ଧରିଲା ଦାବି । ଏନେଇ ଆଜି ଛାତ୍ର କଂଗ୍ରେସର ଏକ ଗୋଷ୍ଠି ବନ୍ଧୁମିଳନ ନାଁରେ ନିରଞ୍ଜନଙ୍କ ବିରୋଧରେ କରିଛନ୍ତି ବିଦ୍ରୋହ । ନିରଞ୍ଜନଙ୍କୁ ହଟାଇ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବାକୁ ଛାତ୍ର କଂଗ୍ରେସ ଖୋଲାଖୋଲି ଦାବି କରିଛି । ଏପରିକି ପୂର୍ବତନ ଛାତ୍ର କଂଗ୍ରେସ ସଂଯୋଜକ ଇତିଶ ପ୍ରଧାନଙ୍କ ପରି ଆମକୁ ଦଳରୁ ବହିଷ୍କାର କଲେ ମଧ୍ୟ ଦାବୀରୁ ହଟିବୁ ନାହିଁ ବୋଲି ଛାତ୍ର କଂଗ୍ରେସ କହିଛି । ଆଜି ଭୁବନେଶ୍ୱରର ରେଡ୍‌କ୍ରସ୍‌ ଭବନରେ ବନ୍ଧୁମିଳନ ବାହାନାରେ ନିରଞ୍ଜନଙ୍କ ବିରୋଧରେ ଏକାଠି ହୋଇଥିଲେ  ଛାତ୍ର କଂଗ୍ରେସର କର୍ମକର୍ତା । ଏଥିରେ ଛାତ୍ର କଂଗ୍ରେସର କିଛି ଜିଲ୍ଲା ସଭାପତିଙ୍କ ସହ ରାଜ୍ୟ ସଂଯୋଜକ ମଧ୍ୟ ଉପସ୍ଥିତ ଥିଲେ । ତେବେ ନିରଞ୍ଜନ, ଛାତ୍ର କଂଗ୍ରେସ ପ୍ରତି ଅବହଳେ କରୁଥିବା ସହ ଆନ୍ଦାଳନ ସମୟରେ ନୈତିକ ସମର୍ଥନ ମଧ୍ୟ ଦେଉନାହାଁନ୍ତି ବୋଲି ରାଜ୍ୟ ସଂଯୋଜକ ବିପ୍ଲବ ପରିଡା ଅଭିଯୋଗ କରିଛନ୍ତି ।

ସେପଟେ ସାମ୍ବାଦିକ ସମ୍ମିଳନୀ ଡାକିଥିବା ଛାତ୍ର କଂଗ୍ରେସ ନେତାଙ୍କୁ ଜାଣି ନାହିଁ କଥା କହି ବାଆଁରେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ରାଜ୍ୟରେ କଂଗ୍ରେସର ଏଭଳି ଅବସ୍ଥା ପରେ ମଧ୍ୟ ଯଦି କେହି ଏଭଳି ବିରୋଧ କରୁଥିବ, ତେବେ ସେହି ନେତାଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି ନିରଞ୍ଜନ କହିଛନ୍ତି ।

ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ନିରଞ୍ଜନଙ୍କୁ ପିସିସି ସଭାପତି ପଦରୁ ହଟାଯାଉ ପ୍ରଥମେ ଦାବି କରି ନିଜର ପଦ ହରାଇଥିଲେ ଛାତ୍ର କଂଗ୍ରେସ ସଂଯୋଜନ ଇତିଶ ପ୍ରଧାନ । ଏହାପରେ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରାଯାଉ ବୋଲି କିଛି ବରିଷ୍ଠ କଂଗ୍ରେସ ନେତା ରୁଦ୍ଧ ଦ୍ବାରା ବୈଠକ କରିଥିଲେ । ବିବାଦ ଏତେ ବଢ଼ିଥିଲେ ଯେ ନିରଞ୍ଜନଙ୍କ ସପକ୍ଷରେ ପ୍ରାୟ 60ରୁ ଉର୍ଦ୍ଧ୍ବ ନେତା ଏକାଠି ହୋଇ ଗାଷ୍ଠୀ ବିବାଦ କରୁଥିବା ନେତାଙ୍କୁ ବହିଷ୍କାର ପାଇଁ ଦାବି କରିଥିଲେ । ଏବେ ଛାତ୍ର କଂଗ୍ରେସର ଏପରି ନିରଞ୍ଜନ ହଟାଅ ଅଭିଯାନ ପୁଣି ଥରେ ନୂଆ ବିବାଦ ସୃଷ୍ଠି କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top