ନ୍ୟୁଜ୍

ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ପ୍ରଦିପ୍ତ କହିଲେ; ମୋ ସରକାର ଆଗରୁ କାହା ସରକାର !

Pradipta-Nayak

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ରାଜ୍ୟପାଳଙ୍କ ଅଭିଭାଷଣଙ୍କୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ବିରୋଧ କରି କକ୍ଷ ତ୍ୟାଗ କରିଥିବା ବେଳେ ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ରାଜ୍ୟପାଳ ନିଜ ଅଭିଭାଷଣରେ ଏବେର 5T ମୂଳବଚନ ବୋଲି କହୁଛନ୍ତି । ଆଉ ମୋ’ ସରକାର କଥା ମଧ୍ୟ ରାଜ୍ୟପାଳ କହିଛନ୍ତି । ତେବେ ଗତ 4 ପାଳି ହେଲା, କାହା ସରକାର ଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଦିପ୍ତ ନାୟକ । ସମସ୍ତଙ୍କୁ ପକ୍କା ଘର ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରି ସାରିଥିବା ବେଳେ ରାଜ୍ୟ ସରକାର କହୁଛନ୍ତି କହୁଛନ୍ତି ସମସ୍ତଙ୍କୁ ପକ୍କା ଘର ଦେବା କଥା । ଏଭଳି ଭାବେ କେନ୍ଦ୍ରସରକାଙ୍କ ଯୋଜନାକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଥିବା କଥା ପ୍ରଦିପ୍ତ କହିଛନ୍ତି ।

ସେପଟେ ଚାଷୀଙ୍କ ଲାଗି ସରକାର ଵହୁତ କିଛି କରିଛନ୍ତି । ଆଉ ଆଗକୁ ବି କରିବେ । କିନ୍ତୁ 5T ଓ ମୋ’ ସରକାର ଲାଗୁ ହେବା ପରଠୁ ସାଧାରଣ ଲୋକ ଅଧିକ ଉପକୃତ ହେଉଛନ୍ତି । ସରକାରଙ୍କୁ ଵଦନାମ କରିଵାକୁ କିଛି ପ୍ରସଙ୍ଗ ନଥିବାରୁ ବିରୋଧୀଙ୍କୁ ଵାଧୁଛି । ତେଣୁ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ କଂଗ୍ରେସ କକ୍ଷତ୍ୟାଗ କରିଛି ବୋଲି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top