ନ୍ୟୁଜ୍

ସାମ୍ବାଦିକଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ଘଟଣା: ଅସନ୍ତୋଷ ପ୍ରକାଶ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

Anubhav mohanty

ଅର୍ଗସ ବ୍ୟୁରୋ: ସାମ୍ବାଦିକଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ । ସେ କହିଛନ୍ତି ସାଂସଦଙ୍କ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ସେ ସାମ୍ବାଦିକଙ୍କୁ କ୍ଷମା ପ୍ରାଁଥନା କରିବା କଥା । ଏନେଇ ପ୍ରଦୀପ୍ତ ଟ୍ୱିଟ୍‌ କରି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ୱିଟ୍‌ରେ ସେ କହିଛନ୍ତି ଦେଶର ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଗଣମାଧ୍ୟମ ସବୁବେଳେ ଏକ ମହତ୍ୱପୁର୍ଣ୍ଣ ଭୂମିକା ନେଇ ଆସିଛି । ଗଣମାଧ୍ୟମର ପ୍ରତିନିଧିମାନେ ହିଁ ପ୍ରଥମେ ଲୋକମାନଙ୍କ ପାଖରେ ପହଚିଂଥାନ୍ତି । ଗଣମାଧ୍ୟମର ପ୍ରତିନିଧିମାନଙ୍କ ସମ୍ମାନକୁ ହାନୀ କଲା ଭଳି କୌଣସି କାମ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ପ୍ରଦିପ୍ତ ।

pradipta Nayak tweet

Click to comment

Leave a Reply

Your email address will not be published. Required fields are marked *

Most Popular

To Top