X
Breaking News
ନ୍ୟୁଜ୍

ପାଟକୁରାରୁ ବିଜେଡି ପ୍ରାର୍ଥୀ ହେବେ ବେଦୁଙ୍କ ପୁଅ ସଞ୍ଜୟ ଅଗ୍ରଓ୍ୱାଲ

Beda prakash agrawal

ପାଟକୁରା: ପାଟକୁରାରେ କିଏ ହେବ ବିଜେଡି ପ୍ରାର୍ଥୀ ? ଏନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । କିନ୍ତୁ ଖୁବ୍‌ ଶୀଘ୍ର ଏବେ ବିଜେଡି ପାଟକୁରାରେ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି । ପୂର୍ବତନ ବିଜେଡି ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ୱାଲ୍‌ଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ସ୍ଥିର କରିଛି । ଏନେଇ ବିଜେଡି ନେତାଙ୍କ ପକ୍ଷରୁ ଭିତିରି ସୂଚନା ମିଳିଛି । ସଞ୍ଜୟ ଅଗ୍ରଓ୍ୱାଲ ପେଶାରେ ଜଣେ ବ୍ୟାପାରୀ ।

ତେବେ ପୁଅଙ୍କୁ ଟିକଟ ଦିଆଯାଉ ବୋଲି ବାପା ବେଦ ପ୍ରକାଶ ଅଗ୍ରଓ୍ୱାଲ ଅନେକ ଥର ବିଜେଡି ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଥିଲେ । କିନ୍ତୁ ତାଙ୍କ କଥା ରଖାଯାଇନଥିଲା । ବେଦ ପ୍ରକାଶଙ୍କର ସ୍ୱାସ୍ଥ୍ୟ ଖରାପ କାରଣରୁ ତାଙ୍କ ସ୍ଥାନରେ ପୁଅକୁ ଟିକଟ ଦିଆଯାଉ ବୋଲି ସେ ଚାହୁଁଥିଲେ । କିନ୍ତୁ ଏବେ ତାଙ୍କର ଦେହାନ୍ତ ପରେ ପୁଅକୁ ଟିକଟ ଦେବେ ବୋଲି ସୂଚନା ମିଳୁଛି ।

ଏହି ଖବର ପ୍ରଚାରିତ ହେବା ପରେ ପାଟକୁରାରେ ରାଜନୈତିକ ମାହୋଲ ପୁଣି ସରଗରମ ହୋଇଛି । ତେବେ ସଞ୍ଜୟ ଅଗ୍ରଓ୍ୱାଲ ବାପାଙ୍କ ଦେହାନ୍ତର ଅନୁକମ୍ପା ଭୋଟ୍‌ ହାତେଇ ପାରିବେନି ବୋଲି ଚର୍ଚ୍ଚା ହେଉଛି । କାରଣ ଏହା ପଛରେ ବିଜେଡିର ଷଡ଼ଯନ୍ତ୍ର ରହିଛି । ବିଜେଡି ଜାଣିଶୁଣି ଶଜ୍ୟାସାୟୀ ଥିବା ବେଳେ ବେଦ ପ୍ରକାଶଙ୍କୁ ପ୍ରାର୍ଥୀ କରିଥିଲା । ଏନେଇ ବିଜେପି ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ କହିଛନ୍ତି ଏହା ବେଦ ପ୍ରକାଶଙ୍କୁ ପ୍ରାର୍ଥୀ କରିବା ଏକ ପ୍ରକାର ଷଡ଼ଯନ୍ତ୍ର ଥିଲା । ଅନ୍ୟପଟେ ସଞ୍ଜୟ ଜଣେ ବ୍ୟବସାୟୀ ହୋଇଥିବାରୁ ସେ ଲୋକଙ୍କ ଦୁଃଖ ବୁଝି ପାରିବେନି ଏବଂ ସେ ଜୀବନ କାଳ ମଧ୍ୟରେ କେବେ ବି ସମାଜ ସେବାରେ ନିଜକୁ ନିୟୋଜିତ କରି ନାହାନ୍ତି । ତେଣୁ ତାଙ୍କୁ ସେତେଟା ସମର୍ଥନ ମିଳିବ ନାହିଁ ବୋଲି କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top