ନ୍ୟୁଜ୍

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଶେଷ, ଏମ୍‌ସିଏଲ୍‌କୁ ସହଯୋଗ କରିବେ ରାଜ୍ୟ ସରକାର: ପ୍ରହ୍ଲାଦ ଯୋଶୀ

Prahalad joshi

ଭୁବନେଶ୍ୱର: ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ବୈଠକରେ MCL ପାଇଁ ଜମି ଅଧିଗ୍ରହଣ ଓ ରାସ୍ତ ନିର୍ମାଣ କ୍ଷେତ୍ରରେ ରାଜ୍ୟ ସରକାର ସହାୟତା ଯୋଗାଇ ଦେବା ନେଇ ଆଲୋଚନା କରାଯାଇଛି । କୋଇଲା ରୟାଲଟି ବୃଦ୍ଧି ନେଇ ରାଜ୍ୟ କରୁଥିବା ଦାବି ଉପରେ ବିଚାର କରାଯାଇଥିବା କହିଛନ୍ତି ମନ୍ତ୍ରୀ ଶ୍ରୀ ଯୋଶୀ ।

ତେବେ ରାଜ୍ୟରେ କୋଇଲା ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯିବା ନେଇ ସେ କହିଛନ୍ତି । ଓଡ଼ିଶାର 24 ଖଣିର ଅବଧି 2020 ମାର୍ଚ୍ଚ 31 ସୁଧା ଶେଷ ହେବ । ଏହି ସମୟ ମଧ୍ୟରେ ଶିଳ୍ପ ଗୁଡିକୁ କଞ୍ଚାମାଲ ପିଏସୟୁ ଜରିଆରେ ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

କୋଇଲା ରୟାଲଟି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଲିଖିତ ଅନୁରୋଧ କରିଛନ୍ତି । ବିଜୁଳି ଦର ସହ କୋଇଲା ରାୟଲଟି ବୃଦ୍ଧିର ଲିଙ୍କ ଥିବାରୁ ଏହା ଉପରେ ବିଚାର ବିମର୍ଶ କରୁଛୁ । ଏମସିଏଲରେ କୋଇଲା ଉତ୍ପାଦନ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଛୋଟ ଛୋଟ ସମସ୍ୟା ଛାଡି ଦେଲେ ଏମସିଏଲରେ କୋଇଲା ଉତ୍ପାଦନରେ ସମସ୍ୟା ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହା ବି ସମସ୍ୟା ରହିଛି ତାହାକୁ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋଇଲା ବ୍ଲକ ଗୋଟିଏ ରାଷ୍ଟ୍ରାୟତ କମ୍ପାନୀରୁ ଆଉ ଗୋଟିଏ ରାଷ୍ଟ୍ରାୟତ କମ୍ପାନୀକୁ ଦେବା ପାଇଁ ଆସିଥିବା ପ୍ରସ୍ତାବ ଉପରେ ବିଚାର କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top