ନ୍ୟୁଜ୍

ଉପରେ ନେତା କୋଳାକୋଳି ତଳେ କର୍ମୀ ବାଡ଼ାବାଡ଼ି, ରାତିରେ ଏକଠି ବୁଲୁଛନ୍ତି ପାରମ୍ପରିକ ବିରୋଧୀ…

RAMESH JENA

ବ୍ରହ୍ମପୁର: ଗୋଟିଏ କାର୍‌ରେ ବୁଲୁଛନ୍ତି ଦୁଇ ବିରୋଧୀ । କଥାରେ ଅଛି ଉପରେ ନେତା କୋଳାକୋଳି ତଳେ କର୍ମୀ ବାଡ଼ାବାଡ଼ି । ଠିକ୍‌ ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଅଞ୍ଚଳରେ । ଗୋଟିଏ କାର୍‌ରେ ଏକାଠି ବୁଲୁଛନ୍ତି ବଜେଡିର ବରିଷ୍ଠ ନେତା ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ କଂଗ୍ରେସର ଦବଙ୍ଗ ନେତା ତଥା ବ୍ରହ୍ମପୁର ଟାଇଗର  କୁହାଯାଉଥିବା ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ସେମାନେ ଏକାଠି ବୁଲୁଥିବା ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ ଘୁରି ବୁଲୁଛି । ଭିଡିଓରେ ସେ ଏକା ନୁହେଁ ବରଂ ସେମାନେ ନିଜର ସୈନ୍ୟମାନଙ୍କ ସହ ମିଶି ବୁଲୁଥିଲେ ।

ତେବେ ଏହି ଦୁଇ ନେତା ପରସ୍ପରର ତୀବ୍ର ବିରୋଧୀ ଥିବା ବେଳେ ଭିନ୍ନ ଦଳର ହୋଇ ମଧ୍ୟ ଏକାଠି ବୁଲିବା ସମସ୍ତଙ୍କୁ ଆଚମ୍ବିତ କରିଛି । କିନ୍ତୁ କାହିଁକି ଓ କେଉଁ ପରିସ୍ଥିତିରେ ଦୁଇ ନେତା ଏକତ୍ର ଗୋଟିଏ ଗାଡିରେ ଯାତ୍ରା କରୁଛନ୍ତି ତାହା ଜଣାପଡିନାହିଁ । ହେଲେ ଏବେ ଦୁଇ ନେତା ରାତିରେ ଗୋଟିଏ ଗାଡିରେ ଯାତ୍ରା କରିବା ଘଟଣା ଭାଇରାଲ ଭିଡିଓରୁ ଜଣାପଡୁଛି । ଆଉ ରାଜନୀତିରେ ସେମାନେ ପରସ୍ପରର ବିରୋଧୀ ନୁହେଁ, ବରଂ ଦୁହେଁ ପୂର୍ବର ରାଗରୁଷା ଭୁଲିଯାଇ ଏକାଠି ହୋଇଛନ୍ତି । ଯାହାକୁ ନେଇ ରାଜନୌତିକ ମହଲରେ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top