ନ୍ୟୁଜ୍

ବିଜେଡିରେ ବି ରାବଣ ଅଛନ୍ତି କିନ୍ତୁ ନାଁ କହିବିନି, ଗଣମାଧ୍ୟମ ନିଜେ ଖୋଜୁ: ପ୍ରସନ୍ନ

Prassana Patasani

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ରାମ ରାବଣ ଉପାଖ୍ୟାନକୁ ନେଇ ଚର୍ଚ୍ଚାର ଜୋର୍‌ ଧରିଛି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ରାମ ରାବଣ ଉପାଖ୍ୟାନ ପରେ ଏବେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଓଡ଼ିଶା ରାଜନୀତିରେ ରାମ ରାବଣ ଥିବା କଥା କହିଛନ୍ତି ।

ରାଜ୍ୟର ତିନି ପ୍ରମୁଖ ଦଳର ଚର୍ଚ୍ଚିତ ଚେହେରା ହେଉଛନ୍ତି ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ଓ ନିରଞ୍ଜନ ପଟ୍ଟନାୟକ । ତେବେ ଏହି ତିନି ଜଣଙ୍କ ମଧ୍ୟରୁ ନବୀନ ଓ ଧର୍ମେନ୍ଦ୍ରଙ୍କୁ ଅଧା ରାବଣ ବୋଲି କହିଥିବା ବେଳେ ନିରଞ୍ଜନଙ୍କୁ ରାମ ବୋଲି କହିଥିଲେ ସୁର । ତେବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏହି ତିନି ଜଣଙ୍କୁ ରାମ ଚରିତ୍ରର ବୋଲି କହିଛନ୍ତି । ଅନ୍ୟପଟେ ସବୁ ଦଳ ଭଳି ବିଜେଡିରେ ବି ରାବଣ ଅଛନ୍ତି ବୋଲି ସ୍ୱୀକାର କରିଛନ୍ତି ପ୍ରସନ୍ନ । ତେବେ ବିଜେଡିରେ କିଏ ରାବଣ ଅଛନ୍ତି ତାହା କହିବା ଆବଶ୍ୟକ ନାହିଁ । ଗଣମାଧ୍ୟମ ନିଜେ ବୁଝୁ ବିଜେଡିରେ କିଏ ରାବଣ ? ସେହିଭଳି ନବୀନଙ୍କ ରାମ ବୋଲି କହିବା ସହ ନିଜକୁ ହନୁମାନ କହିଛନ୍ତି ପ୍ରସନ୍ନ । ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବହ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ପାଖରେ ମଧ୍ୟ ସେ ହନୁମାନ ଭୂମିକା ତୁଲାଇଥିଲେ ବୋଲି କହିଛନ୍ତି ପ୍ରସନ୍ନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top