X
Breaking News
ନ୍ୟୁଜ୍

ପୁଣି ନବୀନଙ୍କୁ ଟାର୍ଗେଟ କଲେ ଦାମ

dama_00018

ଭୁବନେଶ୍ୱର: ପ୍ରତିଶୋଧ ନେବେ ଦାମ । ପୁଣି ବିଜେଡି ସୁପ୍ରିମୋ ନବୀନଙ୍କଠୁ । ଏକଥା କହିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଜଗତସିଂହପୁର ଜିଲ୍ଲା ବିଶେଷ କରି ପାରାଦୀପ, ଏରସମାରେ ଦାମ ରାଉତଙ୍କ ଦବଦବା ରହିଥିବା ବେଳେ ଏଭଳି କଥା ଏବେ ଚର୍ଚାରେ ରହିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଦାମ ରାଉତ ବିଜେପିରେ ମିଶିବା ନେଇ ଚର୍ଚା ଜୋରଧରିଛି । ଆଉ ଦାମଙ୍କ ତୁଣ୍ଡ ମଧ୍ୟ  ରାଜ୍ୟ ରାଜନୀତିରେ ଚର୍ଚାରେ ରହୁଛି ।  ଚର୍ଚ୍ଚାକୁ ଆଜି ଦାମଙ୍କ କଥା  ପୁଣି ଇନ୍ଧନ ଯୋଗାଇଛ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି  ସୁପ୍ରିମୋଙ୍କ ବିରୋଧରେ ପୁଣି ବିଷୋଦଗାର କରିଛନ୍ତି ଦାମ । ସେ କହିଛନ୍ତି ଚଳିତ ନିର୍ବାଚନରେ ନବୀନଙ୍କଠାରୁ ପ୍ରତିଶୋଧ ନେବେ । ନବୀନ ଯେପରି ସରକାର ନଗଢି ପାରିବେ ସେଥିପ୍ରତି ଚେଷ୍ଟା ଜାରି ରଖିବେ ବୋଲି ଦାମ ସଫା ସଫା କହିଛନ୍ତି । ଅନ୍ୟପଟେ ତାଙ୍କ ପୁଅ ସମ୍ବିତ ରାଉତ ଓ ଝିଅ ପ୍ରୀତି ନନ୍ଦା ବିଜେଡିରେ ଥିଲେ ମଧ୍ୟ ସେ ନବୀନଙ୍କଠାରୁ ପ୍ରତିଶୋଧ ନେବେ ବୋଲି ଜିଦ୍‌ ଧରିଛନ୍ତି । ସେ କହିଛନ୍ତି ତାଙ୍କ ପୁଅ ଜଣେ ପ୍ରାପ୍ତ ବୟସ୍କ । ସେ ନିଜ ନିଷ୍ପତ୍ତି ନିଜେ ନେଇପାରିବେ । ତାଙ୍କ ପୁଅକୁ  ସେ କୌଣସି କଥାରେ ବାଧ୍ୟ କରି ପାରିବେ ନାହିଁ କିମ୍ବା ତାଙ୍କ କାମରେ ବାରଣ କରିବାର ଅଧିକାର ତାଙ୍କର ନାହିଁ । ତାଙ୍କ ପୁଅ କୁଆଡ଼େ ଯାଇଛି ସେ ଜାଣିନାହାନ୍ତି ବୋଲି କହିଛନ୍ତି । ସମ୍ବିତ ରାଉତ ପାରାଦୀପ ବିଧାୟକ ପ୍ରାର୍ଥୀ ଭାବେ ବିଜେଡିରୁ ଆଶାୟୀ ଥିବା ସେ ଜାଣି ନାହାନ୍ତି ବୋଲି କହିଛନ୍ତି ।

ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ଏବେ ବିଜେଡିର ଅସଲ ମୁଖା ଖୋଲିବାରେ ଲାଗିଛନ୍ତି । ଘନ ଘନ ସଭା ସମିତି କରି ସରକାରଙ୍କ ଦୁର୍ନୀତି ପ୍ରସଙ୍ଗରେ ମତାମତ ରଖୁଛନ୍ତି । ଆଜି ଦିଲ୍ଲୀରେ ବିଜେପିରେ ସାମିଲ ହେବା ନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି ଦାମୋଦର ରାଉତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top