X
Breaking News
ନ୍ୟୁଜ୍

ଜାତୀୟ ଫୁଟ୍‌ବଲ୍‌ ଖେଳାଳିଙ୍କ ଦୁରାବସ୍ଥା ଗଣମାଧ୍ୟମରେ ପ୍ରକାଶ ପରେ ସରକାରଙ୍କ ନିଦ ଭାଙ୍ଗିଲା

TANUJA tusharKanti

ଭୁବନେଶ୍ୱର: ପୂର୍ବତନ ଜାତୀୟ ଫୁଟବଲ୍‌ ଖେଳାଳୀ ତନୁଜା ବାଗ୍‌ଙ୍କ ଦୂରାବସ୍ଥା ଜାଣିବା ପରେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ କ୍ରୀଡ଼ା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ତୁସାରକାନ୍ତି ବେହେରା ।

ସେ ଆଜି କହିଛନ୍ତି ଯେ, ତନୁଜାଙ୍କ ଦୁରାବସ୍ଥା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହା ପରେ ସେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରିଥିଲେ । ତଦନ୍ତରୁ ଜଣାପଡ଼ିଲା ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ସଫଳତା ଭିତ୍ତିରେ ସରକାରୀ ପ୍ରୋତ୍ସାହନ ସ୍ୱରୂପ ତାଙ୍କୁ ପୂର୍ବରୁ ହୋମ୍‌ଗାର୍ଡ ଚାକିରି ଦିଆଯାଇଥିଲା । କିନ୍ତୁ ସେ ବିନା କୌଣସି ଅନୁମତିରେ ଦୀର୍ଘ 4ବର୍ଷ ପର୍ଯ୍ୟନ୍ତ ଛୁଟିରେ ରହିଥିଲେ । ଏହାସହ ଲଗାତର ଭାବେ ଏତେ ଦୀର୍ଘ ଦିନ ଧରି କାର୍ଯ୍ୟରେ ଯୋଗ ନଦେବାରୁ ଉପରିସ୍ଥ ଅଧିକରୀ ତାଙ୍କୁ ଟର୍‌ମିନେଟ୍‌ କରିଥିଲେ । ହେଲେ ଏବେ ତାଙ୍କୁ କିଭଳି ପୁଣି ଥରେ ଚାକିରି ମିଳି ପାରିବ ସେନେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ତେବେ ସିଧାସଳଖ ସୁଣନ୍ତୁ ତନୁଜାଙ୍କ ସମ୍ପର୍କରେ କ’ଣ କହୁଛନ୍ତି କ୍ରୀଡ଼ାମନ୍ତ୍ରୀ..

Click to comment

Leave a Reply

Your email address will not be published. Required fields are marked *

Most Popular

To Top