ନ୍ୟୁଜ୍

ୟେସ୍‌ ବ୍ୟାଙ୍କ ପ୍ରସଙ୍ଗକୁ ଚାପିବା ପାଇଁ ବିଧାନସଭା ବାତିଲ କରିଛି ବିଜେଡି: ମୋହନ ମାଝି

Mohan Majhi

ବିଧାସଭା ଅଧିବେଶନ ବାତିଲ ନେଇ, ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍‌ କରିଛନ୍ତି ବିଜେପି ବିଧାୟକ ତଥା ବିରୋଧି ଦଳ ମୂଖ୍ୟ ସଚେତକ ମୋହନ ମାଝି । ତାଙ୍କ କହିବାନୁଯାୟୀ, ରାଜ୍ୟ ସରକାର କୋରୋନା ଆଳ ଦେଖାଇ ବିଧାନସଭା ବାତିଲ କଲେ । କିନ୍ତୁ ଏହା କେବଳ ଲୋକ ଦେଖାଣିଆ । ବିଧାନସଭା ବାତିଲ ପଛରେ ରହିଛି ଅନ୍ୟ କିଛି ରହସ୍ୟ । ମୋହନ ମାଝି ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ଶ୍ରୀମନ୍ଦିର ଟଙ୍କା, ୟେସ୍‌ ବ୍ୟାଙ୍କରେ ରଖିବା ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ବିଧାନସଭା ଚାଲିଥିଲେ ରାଜ୍ୟ ସରକାରଙ୍କ ୟେସ୍‌ ବ୍ୟାଙ୍କକୁ ନେଇ ରହିଥିବା ଅସଲ ଚରିତ୍ର ପଦାରେ ପଡ଼ିଥାନ୍ତା । ଅତୀତରେ ମଧ୍ୟ ଏଭଳି କିଛି ବଡ଼ ପ୍ରସଙ୍ଗକୁ ଏଡ଼ାଇବାକୁ ଯାଇ ଅଧାରୁ ବିଧାନସଭା ବାତିଲ କରିଛନ୍ତି ରାଜ୍ୟ ସରକାର । ଗତ ଅଧିବେଶନକୁ ମଧ୍ୟ ଅଧାରୁ ବନ୍ଦ କରି ଦେଇଥିଲେ । ଏହା ବିଜେଡିର ପରାମ୍ପରାଗତ ଅଭ୍ୟାସ ବୋଲି କହିଛନ୍ତି ଶ୍ରୀ ମାଝି ।

ଅନ୍ୟପଟେ କୋରୋନା ମୁକାବିଲା ପାଇଁ ମାତ୍ର 200 କୋଟିର ପ୍ୟାକେଜ୍‌ ଘୋଷଣା କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ରାଜ୍ୟରେ ଥିବା ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଇଁ ଏଥିରୁ ମୁଣ୍ଡପିଛା 40 ପଇସା ପଡ଼ୁଛି । ତେଣୁ ଏତିକି ଅର୍ଥରେ କିଭଳି କୋରୋନା ମୁକାବିଲା କରାଯିବ । ରାଜ୍ୟ ସରକାର ଲୋକଙ୍କ ପ୍ରତି ଅବହେଳା କରିଛନ୍ତି । ରାଜ୍ୟବାସୀ ଓ ମହାପ୍ରଭୁ ଜଗନ୍ନାଥ ଏହାର ଜବାବ ଦେବେ ବୋଲି କହିଛନ୍ତି ମୋହନ ମାଝି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top