X
Breaking News
ନ୍ୟୁଜ୍

ଦିଲ୍ଲୀରେ ପଦ୍ମ ଧରିବେ କି ଦାମ ! ଚାଲିଛି ଆଲୋଚନା !

dama

ଭୁବନେଶ୍ୱର: ପଦ୍ମ ଧରିବେ ଦାମ ! ବିଜେପିରେ ଯୋଗ ଦେବେ ବରିଷ୍ଠ ନେତା ଦାମୋଦର ରାଉତ ! ଦାମ କେଉଁ ଦଳରେ ଯୋଗଦେବେ ସେନେଇ ଅନେକ ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଥିଲା । କିନ୍ତୁ ଆଜି ସେହି ଚର୍ଚ୍ଚାର ଅନ୍ତଃ ଘଟିବାକୁ ଯାଉଛି । ବିଜେପିରେ ସାମିଲ ହେବେ ବୋଲି ସେ ଆଜି ଦିଲ୍ଲୀରେ ଡେରା ପକାଇ ବସିଛନ୍ତି । ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ସହ ତାଙ୍କର ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଆଲୋଚନା ପରେ ସେ ପଦ୍ମ  ଧରିବେ ବୋଲି ଚର୍ଚ୍ଚା ହେଉଛି ।

ବିଜେଡିରୁ ବହିଷ୍କୃତ ହେବା ପୂର୍ବରୁ ଏବଂ ପରେ ଦାମ ବାବୁ ନବୀନ ସରକାରଙ୍କ ଅନେକ ଦୁର୍ନୀତି ଓ ଭ୍ରଷ୍ଟାଚାର ପଦାକୁ ଆଣିଥିଲେ । ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ମୁଦ୍ଦା ଧରି ଜନତାଙ୍କୁ ଆକୃଷ୍ଟ କରିବାର ଚେଷ୍ଟା ଆରମ୍ଭ କଲେଣି । ଏହିକ୍ରମରେ ବରିଷ୍ଠ ନେତା ଦାମ ମଧ୍ୟ ମୁଖ୍ୟ ମୁଦ୍ଦା ଦୁର୍ନୀତି ଓ ଭ୍ରଷ୍ଠାଚାରକୁ ଧରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

କିଛିଦିନ ତଳେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ଦାମ ବାବୁ ମଧ୍ୟ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେତେବେଳେ ଦାମ କହିଥିଲେ “ଯିଏ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢିବ, ମୁଁ ତାକୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବି । ବିଜେପି ଯଦି ବିକାଶ ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ହଟାଇବାକୁ ଆଗେଇ ଆସିବ, ବିଜେପିରେ ମିଶିବାରେ କୌଣସି ଆପତ୍ତି ନାହିଁ ।’’ ଦାମ ପୁଣି କହିଛନ୍ତି ଯେ, ତାଙ୍କର ଏକମାତ୍ର ଲକ୍ଷ୍ୟ ବିଜେଡି ଓ ନବୀନ ସରକାରର ଅବସାନ । ‘‘ମୁଁ ଚାହିଁଲେ ପାରାଦୀପରେ ପଦ୍ମ ଫୁଟିବା ଅସମ୍ଭବ ନୁହେଁ ।’’

Click to comment

Leave a Reply

Your email address will not be published. Required fields are marked *

Most Popular

To Top