ନ୍ୟୁଜ୍

ପୋର୍ଟାଲ ସର୍ଭିସ ଦ୍ୱାରା ଗରିବଙ୍କ କଲ୍ୟାଣ କରିବେ ସେଲ୍ କର୍ମଚାରୀ: ଧର୍ମେନ୍ଦ୍ର

Dharmendra

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀଠାରେ ସେଲ୍‌ର କର୍ମଚାରୀ ମାନଙ୍କ ପାଇଁ ସ୍ୱୟଂସେବୀ ଯୋଜନା ତଥା ପୋର୍ଟାଲ ‘ସର୍ଭିସ’ର ଶୁଭାରମ୍ଭ କରିଛନ୍ତି । ସାମାଜିକ କାର୍ଯ୍ୟ ପ୍ରତି କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଏହି ସର୍ଭିସ ଆରମ୍ଭ କରାଯାଇଥିବା ବେଳେ ସାମାଜରେ ଗରିବଙ୍କ କଲ୍ୟାଣ ପାଇଁ କର୍ମଚାରୀମାନେ ଏକାଠି ହେବା ସହ ଦେଶ ନିର୍ମାଣରେ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ସେଲ୍ କର୍ମଚାରୀଙ୍କୁ ଆହ୍ୱାନ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିବାନୁଯାୟୀ, ନିଜ ଅଧିକାର ପ୍ରତି ସତର୍କ ରହିବା ସହ ନାଗରିକଙ୍କୁ ନିଜର କର୍ତବ୍ୟ ପ୍ରତି ମଧ୍ୟ ସମ୍ବେଦନଶୀଳ ହୋଇ ରହିବା ଆବଶ୍ୟକ । ଶୁଭାରମ୍ଭ ହୋଇଥିବା ସର୍ଭିସ ଦ୍ୱାରା ସେଲର କର୍ମଚାରୀମାନେ ନିଜର ସାମାଜିକ କର୍ତବ୍ୟର ଦାୟିତ୍ୱ ନେବା ସହ ଦେଶ ନିର୍ମାଣରେ ମଧ୍ୟ ଯୋଗଦାନ ଦେବାରେ ଆଗରେ ରହିବେ । ନିଜର ଋଚି ଆଧାରରେ ସମାଜର ଭଲ କାର୍ଯ୍ୟ ପାଇଁ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ କର୍ମଚାରୀଙ୍କୁ ଏକତ୍ର ହେବାକୁ ଆହ୍ୱାନ କରିଥିଲେ ।

ଉଲ୍ଲେଖନୀୟ ଯେ, ଏହି ସର୍ଭିସ ଯୋଜନା କେବଳ ସେଲର କର୍ମଚାରୀମାନଙ୍କ ପାଇଁ ପ୍ରଯୁଜ୍ୟ । ସାମାଜିକ କାର୍ଯ୍ୟ ପ୍ରତି କର୍ମଚାରୀଙ୍କୁ ଏହି ଯୋଜନା ଉତ୍ସାହିତ କରିବ । ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ, କନ୍ୟା ସନ୍ତାନଙ୍କଠାରେ ଦେଖାଯାଉଥିବା କୁପୋଷଣ କ୍ଷେତ୍ରରେ ଏହି ଯୋଜନାରେ ଧ୍ୟାନ ଦିଆଯିବ । ଏହି ଯୋଜନା ସାମାଜିକ କଲ୍ୟାଣ ହାସଲ କରିବା ଦିଗରେ ପରିଲିକ୍ଷିତ । ସେଲ୍ ଏବଂ ସେଲ୍ ଦ୍ୱାରା ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମର ବିକାଶ କରାଇବା ଦିଗରେ ଏହି ଯୋଜନାକୁ ଆରମ୍ଭ କରାଯାଇଛି । ଏତଦ୍‌ବ୍ୟତିତ  ଶୁଭାରମ୍ଭ ହୋଇଯାଇଥିବା ପୋର୍ଟାଲ, ସେଲ୍‌ର କର୍ମଚାରୀଙ୍କୁ ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରିବ ଯେଉଁଥିରେ ସେମାନେ ସେମାନଙ୍କ ଇଚ୍ଛାନୁସାରେ ସମାଜର ହିତ ପାଇଁ ପ୍ରତିପାଦିତ କରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top