X
Breaking News
ଟିଭି

‘ପଦ୍ମ’ ଧରିଲେ ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପୂର୍ବରୁ ସବୁ ଦଳରେ ମିଶ୍ରଣ ପର୍ବ ଜୋରଦାର ଚାଲିଛି । କେହିକେହି ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଛନ୍ତି ପୁଣି ଅନ୍ୟ କେହି ନିଜ ଦଳକୁ ଫେରୁଛନ୍ତି  । ଏହାସହ କିଛି ନୁଆଁ ମୁହଁ ମଧ୍ୟ ରାଜନୀତିରେ ପାଦ ଥାପୁଛନ୍ତି ।

ସେହିପରି ଆଜି ଓଲିଉଡ ଅଭିନେତ୍ରୀ  ବିଦୁସ୍ମିତା  ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶୀର୍ଷ ନେତୃବୃନ୍ଦଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ବିଦୁସ୍ମିତା ଓଡ଼ିଆ ସିନେମା ଏବଂ ଟେଲି ଜଗତର ଜଣେ ଚର୍ଚ୍ଚିତ ଅଭିନେତ୍ରୀ । ସେ ଆଲବମ୍‌ ଜଗତରେ ବି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ସେ ବିବାହ ପରେବି ଅଭିନୟରେ ସକ୍ରିୟ ଅଛନ୍ତି ।

କେବଳ ବିଦୁସ୍ମିତା ନୁହେଁ ପୂର୍ବରୁ ବହୁ ଅଭିନେତା ରାଜନୀତିରେ ପ୍ରବେଶ କରିଛନ୍ତି ଏବଂ ସଫଳତା ପାଇଛନ୍ତି । ସେମାନଙ୍କ ମଧ୍ୟରେ ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି,  ମୁନ୍ନା ଖାଁ, ଅରିନ୍ଦମ ରାୟ,  କୁନା ତ୍ରପାଠୀ, ଉତ୍ତମ ମହାନ୍ତି, ଶ୍ରୀତମ ଦାସ,  ପିଙ୍କି ପ୍ରଧାନ,  ମିହିର ଦାସ,  ମହେଶ୍ୱତା, ଅନୁ ଚୌଧୁରୀ, ମନ୍ମଥ ମିଶ୍ର, ଅପରାଜିତା ମହାନ୍ତି ନାଁ ଅନ୍ୟତମ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top