X
Breaking News
ଅପରାଧ

ବସ୍‌ଉଠ୍‌ ହୋଇଥିବା ଜେଇଇଙ୍କ ଚାଞ୍ଚଲ୍ୟକର ବୟାନ୍‌ !

Jee Jayakant Sabar

ପାଟଣାଗଡ଼: ରାସ୍ତାରେ ସର୍ବ ସମ୍ମୁଖରେ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ଉଠ୍‌ବସ୍‌ କରିବା ଘଟଣାରେ ଆସିଛି ନୂଆ ମୋଡ଼ । ଗଣମାଧ୍ୟମ ସମ୍ମୁଖରେ ଉକ୍ତ କନିଷ୍ଠ ଯନ୍ତ୍ରୀ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ୍‌ । ସେ ଅଭିଯୋଗ କରିଛନ୍ତି ଯେ, କେବଳ ବସ୍‌ଉଠ୍‌ ନୁହେଁ ସେଠାରେ ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ ବିଧାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ଚାପୁଡ଼ା ମାରିଛନ୍ତି । ଆକ୍ରମଣ ଭୟରେ ସେଠାରେ ସେ ବସ୍‌ଉଠ୍‌ ହେବାକୁ ବାଧ୍ୟ ହୋଇଥିଲେ । ଲଜ୍ଜାଜନକ ପରିସ୍ଥିତି ଯୋଗୁଁ ସେଠାରେ କିଛି କହିପାରିନଥିଲେ ।

ଉଦ୍ଧାର ହେବା ପରେ ଜେଇଇ କ’ଣ କହୁଛନ୍ତି । ଦେଖନ୍ତୁ ଭିଡିଓ..

ଜେଇଇଙ୍କର ଏଭଳି ବୟାନ୍‌ ପରେ ପ୍ରଶାସନିକ ସ୍ତରରେ ଏବେ ହଇଚଇ ସୃଷ୍ଟି ହୋଇଛି । ବିଧାୟକଙ୍କ ନିର୍ଦ୍ଦେଶରେ ଜେଇଇଙ୍କ ବସ୍‌ଉଠ୍‌ ହେବା ଘଟଣା ପରେ ଏନେଇ ତାଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗରେ ସେ କହିଥିଲେ ଯେ, ଜେଇଇଙ୍କୁ (ତାଙ୍କ ସ୍ୱାମୀ) ଅପହରଣ କରାଯାଇଛି ।

ଗତକାଲି ବସ୍‌ ଉଠ୍‌ ଭିଡିଓ ଭାଇରାଲ ହେବା ପରେ ସାରା ରଜ୍ୟ ସମେତ ଜାତୀୟ ଗଣମାଧ୍ୟରେ ମଧ୍ୟ ଏହି ଭିଡିଓ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଅଧିକାଂଶ ମହଲରେ ଏହି ଘଟଣାକୁ ଦୃଢ ନିନ୍ଦା କରାଯାଇଥିବା ବେଳେ କେହି କେହି ବିଧାୟକ ସରାେଜ ମେହେରଙ୍କ ଏଭଳି ଆଚରଣକୁ ସମର୍ଥନ ମଧ୍ୟ କରିଥିଲେ । ତେବେ ଜେଇଇ ଏହି ଘଟଣା ପରେ ଅତ୍ୟନ୍ତ ଲଜ୍ଜିତ ହେବା ସହ କେଉଁ ଆଡ଼େ ଚାଲିଯାଇଥିଲେ । ଆଜି ତାଙ୍କୁ ନୂଆପଡ଼ା ଖରିଆର ପୋଲିସ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛି । ପରିବାରକୁ ଫେରିବା ପରେ ଜେଇଇ ଜୟକାନ୍ତ ଶବର ବଧାୟକଙ୍କ ବିରୋଧରେ ଏଭଳି ବୟାନ୍‌ ଦେଇଛନ୍ତି ।

ଅନ୍ୟପଟେ ଗତକାଲି ଜେଇଇଙ୍କୁ ବସ୍‌ଉଠ୍‌ କରାଇବା ପରେ ନିଜର ପକ୍ଷ ରଖିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର । ଦେଖନ୍ତୁ ଭିଡିଓ…

Click to comment

Leave a Reply

Your email address will not be published. Required fields are marked *

Most Popular

To Top