X
Breaking News
ନ୍ୟୁଜ୍

ସୁମିତ୍ରା-କିଶୋରଙ୍କୁ ବିଜେଡିରେ ନୂଆ ଦାୟିତ୍ୱ

BJD Flag

ଭୁବନେଶ୍ୱର: ଟିକେଟ ମିଳି ନଥିବା ନେତାଙ୍କୁ ଥଇଥାନ କରିଛନ୍ତି ବିଜେଡି ସୁପ୍ରିମୋ । ଗତ 9 ତାରିଖରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ସୁମିତ୍ରା ଜେନାଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସହିତ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସହ ପର୍ଯ୍ୟବେକ୍ଷକର ଦାୟିତ୍ୱ ଦେଇଛି ବିଜେଡି ।

ସେହିପରି ଶଶି ଭୂଷଣ ବେହେରାଙ୍କୁ କେନ୍ଦ୍ରାପଡ଼ା ଟିକେଟ ଦେବା ପରେ ବିଜେଡିରେ କନ୍ଦଳ ଉପୁଜିଥିଲା । ଏହାସହ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଦଳ ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ କିଶୋର ତରାଇ ମଧ୍ୟ ଏଥର ଟିକେଟ ନପାଇ ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ପରେ ଏହି ତିନି ନେତାଙ୍କ ମଧ୍ୟରେ ପ୍ୟାଚ୍‌ ଅପ୍‌ ହୋଇଥିଲା । ଏହାସହ ସିପ୍ରା ବିଜେଡିକୁ ଫେରିଆସିବା ସହ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

BJD

ଏଥିସହିତ ଆଜି କିଶୋର ତରାଇଙ୍କୁ ଦଳ ନୂଆ ଦାୟିତ୍ୱ ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଭାବେ ବିଧାୟକ କିଶୋର ତରାଇଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ଜିଲ୍ଲା ବିଜେଡି ମହାସଚିବ ଭାବେ ନିଶିକାନ୍ତ ପ୍ରଧାନ ଓ ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ଅଜିତ ନାୟକଙ୍କୁ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ।

କମଳା ତିଆରିଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାନେତ୍ରୀ ଏବଂ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ, ସୁଜାତା ଜେନାଙ୍କୁ ମହିଳା ବିଜେଡି ରାଜ୍ୟ ସମ୍ପାଦିକା ଏବଂ ତନ୍ମୟ ସ୍ୱାଇଁଙ୍କୁ ଏରସମା-ବାଲିକୁଦା ଓ ପାରଦୀପ ବିଧାନସଭା କ୍ଷେତ୍ର ପାଇଁ ସହ ପର‌୍ୟ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ନବୀନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top