X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ନ୍ୟୁଜ୍

ବିଜେଡିର ରାଜ୍ୟ ଉପସଭାପତି ହେଲେ ପ୍ରଫୁଲ୍ଲ ଘଡ଼ାଇ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଥିଲେ ନବୀନ । ପୁଣିଥରେ ବିଜେଡିକୁ ଫେରାଇ ଆଣିବା ସହ ଗୋଟିଏ ପରେ ଗୋଟିଏ ଗୁରୁ ଦାୟିତ୍ୱ ଘଡ଼ାଇଙ୍କୁ ଦେଉଛନ୍ତି ବିଜେଡି ସୁପ୍ରିମୋ ।

ସକାଳେ ପ୍ରଫୁଲ୍ଲଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲେ ନବୀନ  । ରଣପୁର, ଖୋର୍ଦ୍ଧା ଓ ଚିଲିକା ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲଙ୍କୁ ନିଯୁକ୍ତି ଦେଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପୁଣି ସନ୍ଧ୍ୟାରେ ବିଜେଡିର ରାଜ୍ୟ ଉପସଭାପତି ଭାବେ ପ୍ରଫୁଲ୍ଲଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ସୂଚନାଯୋଗ୍ୟ, 2014 ରେ ଦଳ ବିରୋଧି କାର୍ଯ୍ୟ ଏବଂ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି ଅରୁଚିକର ଟିପ୍ପଣୀ ଦେଇଥିବାରୁ ଦଳରୁ ବହିଷ୍କୃତ ହୋଇଥିଲେ ପ୍ରଫୁଲ୍ଲ । ସେହି ସମୟରେ ପ୍ରକାଶିତ ଖବର ଏତେ ମାତ୍ରାରେ ଆଲୋଡନ ସୃଷ୍ଟି କରିଥିଲା ଯେ, ଦଳର ବରିଷ୍ଠ ନେତାମାନେ ପ୍ରଫୁଲ୍ଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ତେବେ ନିର୍ବାଚନୀ ଋତୁରେ ଘଡ଼ାଇଙ୍କ ଉପସ୍ଥିତି କାମରେ ଆସିବ ବୋଲି ଭଲଭାବେ ବୁଝିଛନ୍ତି ନବୀନ । ତେବେ 18 ମାର୍ଚ୍ଚ 2019ରେ ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇ ବିଜେଡିକୁ ଫେରାଇ ଆଣିଥିଲେ ନବୀନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top