X
Breaking News
ଅପରାଧ

ଅଙ୍ଗନବାଡ଼ି କେନ୍ଦ୍ରରୁ ରାତିଅଧରେ ବିକ୍ରି ହେଉଛି ଛତୁଆ ! ଜଣେ ଅଟକ, ଦିଦି ଫେରାର

କଟକ: ଅଙ୍ଗନବାଡ଼ି କେନ୍ଦ୍ରରୁ ରାତିରେ ବିକ୍ରି ହେଉଛି ଛତୁଆ । ଛତୁଆ ବିକ୍ରିରେ ସାହାଯ୍ୟ କରୁଛନ୍ତି ଖୋଦ୍‌ ଅଙ୍ଗନବାଡ଼ି ଦିଦି । ଏମିତି ଏକ ଘଟଣା କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ନଈଗୁଆଁ ପଞ୍ଚାୟତର ୬ନମ୍ବର ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଘଟିଛି ।

ଜଣେ ଯୁବକଙ୍କ ସହାୟତାରେ ଅଙ୍ଗନବାଡ଼ି ଦିଦି ଛତୁଆ ରାତିଅଧରେ ବିକ୍ରି କରୁଥିବା ଜାଣିବାକୁ ପାଇଥିଲେ ଗ୍ରାମବାସୀ । ଅନ୍ୟ ଏକ ଦିନ ଛତୁଆ ବିକ୍ରି ହେଉଥିବା ସମୟରେ ଯୁବକ ଜଣକ ଗ୍ରାମବାସୀଙ୍କ ନଜରରେ ପଡ଼ିଯାଇଥିଲା ।

ପରେ ଗ୍ରାମବାସୀ ତାକୁ କାବୁ କରି ପକାଇଥିଲେ । ଯୁବକ ଜଣକ ହେଉଛି ମହନାପୁର ଅଞ୍ଚଳର ସରୋଜ ମିଶ୍ର । କିନ୍ତୁ ଏହା ପଛର ମାଷ୍ଟରମାଇଣ୍ଡ ଅଙ୍ଗନବାଡ଼ି ଦିଦି କୌଶଳ କ୍ରମେ ଖସିଯିବାକୁ ସକ୍ଷମ ହୋଇଥିଲେ । ତେବେ ଗ୍ରାମବାସୀ ଅଟକ ରଖିଥିବା ସରୋଜକୁ ସାଲେପୁର ପୋଲିସରେ ଜିମା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top