X
Breaking News
ଧର୍ମ

ଶ୍ରୀଜୀଉଙ୍କ ଦର୍ଶନ କଲେ ବାଲି ରାଜକୁମାର

puri

ପୁରୀ: ଆଜି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ଇଣ୍ଡୋନେସିଆ ବାର୍ଲି ରାଜକୁମାର ଅଗୁସ୍ ଇନ୍ଦ୍ର ଉଦୟନ । ଏହାପୂର୍ବରୁ ମଧ୍ୟ ୨ବର୍ଷ ତଳେ ଅଗୁସ୍ ପୁରୀ ଆସି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।   ଆଜି ସପରିବାର ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ବାର୍ଲି ରାଜକୁମାର ।

ଦର୍ଶନ କରି ଫେରିବା ପରେ ଇଣ୍ଡୋନେସିଆ ଏବଂ ଭାରତ ଭିତରେ ଥିବା ସମ୍ପର୍କକୁ ବଖାଣିଛନ୍ତି ।  ବିଶେଷକରି ଓଡିଶା ସହ ଥିବା ନିବିଡ ସମ୍ପର୍କୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି । ପାରମ୍ପରିକ ନୌବାଣିଜ୍ୟ ସାଙ୍ଗକୁ ସଂସ୍କୃତି, ପରମ୍ପରାରେ ଥିବା ସମାନତାକୁ ବଖାଣିବା ସହ ଓଡିଶାକୁ ତାଙ୍କର ଦ୍ୱିତୀୟ ଘର ରୂପେ ବିବେଚନା କରିଛନ୍ତି । ଇଣ୍ଡୋନେସିଆରେ ଜଗନ୍ନାଥଙ୍କୁ ତାଙ୍କର ଆରାଧ୍ୟ ଦେବତା ରୂପେ ପୂଜାର୍ଚ୍ଚନା କରାଯାଉଥିବା ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top