X
Breaking News
ନ୍ୟୁଜ୍

ସମୀକ୍ଷା ପରେ ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା

naveen

ପୁରୀ: ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା । ପ୍ରତି ପରିବାରକୁ 10 ଦିନରେ ଥରେ ମାଗଣାରେ ଦିଆଯିବ ଅଢେଇ ଲିଟର କିରୋସିନ୍ । ସେହିପରି ରାସନ କାର୍ଡ ଦେଖାଇଲେ  ପ୍ରତି ପରିବାରକୁ ମିଳିବ 50 କେଜି ଚାଉଳ ।

ସ୍ୱଚ୍ଛତା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । 2ମାସ ପାଇଁ ମାଗଣାରେ ବଣ୍ଟାଯିବ ସାନିଟାରୀ ନାପକିନ୍ । ଏହା ସହିତ ପୁରୀରେ ବିଦ୍ୟୁତ ସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଦ୍ୟୁତ ପୁନରୁଦ୍ଧାର ପାଇଁ 10ହଜାର ଲୋକ କାମ କରୁଛନ୍ତି । ଖୁବ୍ ଶୀଘ୍ର ସାରା ଜିଲ୍ଲାକୁ ବିଦ୍ୟୁତ ଯୋଗାଯିବ । ପୁରୀରେ ବାତ୍ୟାଜନିତ କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି ।

ଆଜି ଅପରାହ୍ନରେ ପୁରୀର ସ୍ୱତନ୍ତ୍ର ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ । ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ, ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସହ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top