ନ୍ୟୁଜ୍

ପୁରୀରେ ଜମି ଅଧିଗ୍ରହଣ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

Puri
file Photo

ପୁରୀ: ପୁରୀରେ ଜମି ଅଧିଗ୍ରହଣ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ୫ଟି ସାହିରୁ ପାଖାପାଖି ୧୫ ଏକର ଜମି ଅଧିଗ୍ରହଣ କରାଯିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ତେବେ ଏଥିମଧ୍ୟରେ ସରକାରୀ ଜମି ୨ ଏକର ୬୪ ଡେସିମିଲ ଥିବା ବେଳେ ବେସରକାରୀ ଜମି ୧୨ ଏକର ରହିଛି । ଅନ୍ୟପଟେ ଏଥିମଧ୍ୟରୁ ଚୁଡ଼ଙ୍ଗସାହି ମୌଜାରୁ ସର୍ବାଧିକ ୩ ଏକର ଜମି ଅଧିଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ ହେବା ଦିନଠାରୁ ବିବାଦ ଲାଗି ରହିଛି । ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତାହା ବାସ୍ତବରେ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । ତେଣୁ ଉଚ୍ଛେଦ ସମୟରେ ଅନେକ ବାଧା ଉପୁଜିଛି । ତେବେ ଆଜି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଲୋକଙ୍କ ମଧ୍ୟରେ ଏନେଇ ଅସନ୍ତୋଷର ବାତାବରଣ ମଧ୍ୟ ସୃଷ୍ଟି ହେଲାଣି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top