ଧର୍ମ

ଓଡ଼ିଶା ବାହାରେ ୬ଟି ରାଜ୍ୟରେ ଜଗନ୍ନାଥ ସମ୍ପତ୍ତି

Puri-temple

ପୁରୀ: କୁହାଯାଏ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଚଳାଚଳ ସମ୍ପତ୍ତି ରହିଛି । ସାରା ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ମହାପ୍ରଭୁଙ୍କର ସମ୍ପତ୍ତି ଅଛି । ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର ଅନୁଯାୟୀ ଓଡ଼ିଶାର 24ଟି ଜିଲ୍ଲାରେ ମହାପ୍ରଭୁଙ୍କ ଭୂସମ୍ପତ୍ତି ରହିଥିବା ବେଳେ ଓଡ଼ିଶା ବାହାରେ 6ଟି ରାଜ୍ୟରେ ମହାପ୍ରଭୁଙ୍କର ଭୂସମ୍ପତ୍ତି ରହିଛି । ଏହି 6ଟି ରାଜ୍ୟରେ ମହାପ୍ରଭୁଙ୍କର ପ୍ରାୟ 394.251 ଏକର ପରିମିତ ଜମି ରହିଛି । ଓଡ଼ିଶାରେ ମହାପ୍ରଭୁଙ୍କ ସବୁଠାରୁ ଅଧିକ ସମ୍ପତ୍ତି ରହିଥିବା ବେଳେ ପଶ୍ଚିମବଙ୍ଗରେ ୨ୟ ସର୍ବାଧିକ ଜମି ଅଛି ।

ପଶ୍ଚିମବଙ୍ଗରେ ଜଗନ୍ନାଥଙ୍କର ମୋଟ 322 ଏକର 930 ଡେସିମିଲ ଜମି ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ 17.020 ଏକର ଭୂସମ୍ପତ୍ତି ରହିଛି । ସେହିଭଳି ମହାରାଷ୍ଟ୍ରରେ 28.218 ଏକର, ମଧ୍ୟପ୍ରଦେଶରେ 15. 110 ଏକର, ବିହାରରେ 0.274 ଏକର ଓ ଛତିଶଗଡ଼ରେ 1.700 ଏକର ଭୂସମ୍ପତ୍ତି ରହିଛି ।

ତେବେ 24ଟି ଜିଲ୍ଲା ମଧ୍ୟରୁ ପୁରୀରେ ଦ୍ୱିତୀୟ ସର୍ବାଧିକ ଭୂସମ୍ପତ୍ତି 17 ହଜାର 71.212 ଏକର ଜମି ରହିଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ 29 ହଜାର 752.907 ଏକର ଜମି ରହିଛି । ସେହିଭଳି ତୃତୀୟ ସର୍ବାଧିକ କଟକରେ 3 ହଜାର 214 ଏକର ଜମି ରହିଛି ।

ତେବେ ଗତ 31 ଜାନୁଆରୀ 2020 ସୁଦ୍ଧା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମସ୍ତ ପାଣ୍ଠିର ସ୍ଥାୟୀ ଜମା ପରିମାଣ 552 କୋଟି 43 ଲକ୍ଷ 21 ହଜାର ଟଙ୍କା ରହିଛି । ଫ୍ଲକ୍ସି, ସଞ୍ଚୟଖାତା ଓ ଚଳନ୍ତି ଖାତାରେ ମୋଟ୍‌ 74 କୋଟି 1 ଲକ୍ଷ 57 ହଜାର 444 ଟଙ୍କା ରହିଛି । ଏପରି ସର୍ବମୋଟ୍‌ 626 କୋଟି 44 ଲକ୍ଷ 78 ହଜାର 444 ଟଙ୍କା ରହିଛି ।

ଜଗନ୍ନାଥ ମନ୍ଦିରର ସମସ୍ତ ପାଣ୍ଠିକୁ ସର୍ବାଧିକ ହାରରେ ସୁଧ ପ୍ରଦାନ କରିବାକୁ ୟେସ୍‌ ବ୍ୟାଙ୍କ ରାଜିଥିବାରୁ ସେଠାରେ ସ୍ଥାୟୀ ଜମା କରାଯାଇଛି । କେଉଁ ବ୍ୟାଙ୍କ ଅଧିକ ସୁଧ ଦେଇପାରିବ ସେନେଇ ଟେଣ୍ଡର ପ୍ରକ୍ରିୟା କରାଯାଇଥିଲା । ଏହି ଟେଣ୍ଡର ପ୍ରକ୍ରିୟାରେ ୟେସ୍‌ ବ୍ୟାଙ୍କ ଅଧିକ ସୁଧ ଦେବ ବୋଲି କହିବାରୁ ସେଠାରେ ଜମା କରାଯାଇଛି । 30 ସେପ୍ଟେମ୍ବର 2019 ସୁଦ୍ଧା ୟେସ୍‌ ବ୍ୟାଙ୍କରେ ସ୍ଥାୟୀ ଜମ୍ମା ନିମିତ୍ତ 545 କୋଟି ଟଙ୍କା ଓ ଫ୍ଲେକ୍ସି ଜମାରେ 47 କୋଟି ଟଙ୍କା ରଖାଯାଇଥିଲା ।

କିନ୍ତୁ ପରେ ୟେସ୍‌ ବ୍ୟାଙ୍କରୁ 47 କୋଟି ଟଙ୍କାର ଫ୍ଲେକ୍ସି ଜମାକୁ ପ୍ରତ୍ୟାହାର କରାଯାଇଛି । ଅବଶିଷ୍ଠ 545 କୋଟି ଟଙ୍କା ଆଗାମୀ 19 ମାର୍ଚ୍ଚ 2020 ଓ 30 ମାର୍ଚ୍ଚ 2020ରେ ପରିପୃକ୍ତ ହେଉଥିବାରୁ, ସେହି ଦିନ ହିଁ ଟେଣ୍ଡର ମାଧ୍ୟମରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସ୍ଥାୟୀ ଜମା କରାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top