ଧର୍ମ

ଜଗନ୍ନାଥଙ୍କ ସମ୍ପତ୍ତି ଉଦ୍ଧାର କରିପାରୁନାହାନ୍ତି ସରକାର, ଏବେ ବି ଅଧା ସମ୍ପତ୍ତି ଲୋକଙ୍କ କବ୍‌ଜାରେ

Puri-temple

ଭୁବନେଶ୍ଵର: ଓଡ଼ିଶାର ପରିଚୟ ତଥା ସାରା ଜଗତର ନାଥ ଜଗନ୍ନାଥଙ୍କ ସମ୍ପତ୍ତିର ଦାୟିତ୍ୱ ନେଇ ପାରୁନାହାନ୍ତି ରାଜ୍ୟ ସରକାର । ଏବେ ବି ଶ୍ରୀମନ୍ଦିର ସମ୍ପତ୍ତି ଲୋକଙ୍କ ଅକ୍ତିଆରରେ ରହିଛି । ଓଡ଼ିଶା ସମେତ ରାଜ୍ୟ ବାହାରେ ଜଗନ୍ନାଥଙ୍କ ଅଚଳାଚଳ ସମ୍ପତ୍ତି ଥିଲେ ମଧ୍ୟ ଓଡ଼ିଶା ସରକାର ତାକୁ ଆଦାୟ କରିପାରି ନାହାନ୍ତି । ଏଥିପାଇଁ ଶ୍ରୀମନ୍ଦିର କମିଟି ପକ୍ଷରୁ ମଧ୍ୟ କୌଣସି ଆଖିଦୃଶିଆ ନିଆଯାଉନଥିବା କହିଛନ୍ତି ବୁଦ୍ଧିଜୀବୀ ।

ତେବେ ଆଜି ଗୃହରେ ଏନେଇ ବିଧାୟକ ରମେଶ ଚନ୍ଦ୍ର ସାଏ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ପ୍ରଶ୍ନ କରିଛନ୍ତି ଯେ, ଜଗନ୍ନାଥ ମହାପ୍ରଭୂ ବିଜେ, ଶ୍ରୀକ୍ଷେତ୍ର ପରୀଙ୍କର କେଉଁ ଜିଲ୍ଲା ଓ ରାଜ୍ୟରେ କେତେ ଭୂ-ସମ୍ପତ୍ତି ଚିହ୍ନଟ ହୋଇଛି ? ଏହାସହ ତାକୁ ଜବରଦଖଲ ମୁକ୍ତ କରିବାକୁ ସରକାର କି ପଦକ୍ଷେପ ନେଉଛନ୍ତି ?

ଏହାର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଓଡ଼ିଶାର 24ଟି ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କର 60 ହଜାର 426.943 ଏକର ପରିମିତ ଜମି ରହିଥିବା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଏବେ ସୁଦ୍ଧା 34 ହଜାର 803.013 ଏକର ପରିମିତ ଜମିର ଚୂଡ଼ାନ୍ତ ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି ।

ତେବେ କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ ଜଗନ୍ନାଥଙ୍କ ଭୂସମ୍ପତ୍ତି ରହିଛି । ଓଡ଼ିଶା ବାହାରେ 6ଟି ରାଜ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କର 395.252 ଏକର ପରିମିତ ଜମି ରହିଥିବା ଚିହ୍ନଟ କରାଯାଇଛି । ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ରହିଛି ।

ତେବେ ଓଡ଼ିଶା ଭିତରେ ମହାପ୍ରଭୁଙ୍କ ଜମି ଜବରଦଖଲ କରି ରଖିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ 7ଟି ଜିଲ୍ଲାରେ 864ଟି ମକଦ୍ଦମା ରୁଜୁ କରାଯାଇଛି । ତହସଲିଦାମାନଙ୍କୁ ଜମି ଜବରଦଖଲ ଉଚ୍ଛେଦ କରିବାର ଦାୟିତ୍ୱ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top