X
Breaking News
ଜୀବନ ମନ୍ତ୍ର

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଶେଷ ହେବ: ASI ଡିଜି

puri

ପୁରୀ: ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଶେଷ ହେବ । ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରହିଛି । ରଥଯାତ୍ରା ପୂର୍ବରୁ ମରାମତି କାର୍ଯ୍ୟ ସରିବାକୁ ଥିବା ବେଳେ ଏବେ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟ ତଦାରଖ କରିବେ । ଏନେଇ ସୂଚନା ଦେଇଛନ୍ତି ଏଏସ୍‌ଆଇ ଡିଜି ଉଷା ଶର୍ମା ।

ଏହାସହ 2ରୁ 3 ଦିନ ମଧ୍ୟରେ କୋଣାର୍କ ମରାମତି କାର୍ଯ୍ୟ ସରିବ ଏବ ପର୍ଯ୍ୟଟକଙ୍କ ପାଇଁ ଖୋଲା ହେବ । ଏଏସ୍‌ଆଇ ଡିଜିଙ୍କ ସହ ପୁରା ଟିମ କୋଣାର୍କ ପରିଦର୍ଶନ କରି ଏନେଇ ସୂଚନା ଦେଇଛନ୍ତି । ଏହାସହ କୋଣାର୍କରେ କୌଣସି ଢାଞ୍ଚାଗତ କ୍ଷତି ହୋଇନଥିବା କହିଲା ଟିମ୍‌ ।

ସୂର୍ଯ୍ୟ ମନ୍ଦିର ପରିସରରେ 200 ଗଛ ଉପୁଡ଼ି ପଡ଼ିଛି । ଯଦିଓ 2ରୁ 3 ଦିନ ମଧ୍ୟରେ କୋଣାର୍କ ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ କିନ୍ତୁ ମନ୍ଦିରର ସ୍ଥିତି ସ୍ୱାଭାବିକ ହେବା ପାଇଁ ପାଖାପାଖି 15 ଦିନ ଲାଗିବ ବୋଲି ଟିମ୍‌ କହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top