X
Breaking News
ଦେଶ

ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ପାଇଁ ରାଜ୍ୟରେ ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି: ରେଳମନ୍ତ୍ରୀ

NABIN.GFX_01_00000

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଚିଠି । ଜମି ଅଧଗ୍ରହଣରେ ଅହେତୁକ ବିଳମ୍ବ ଯୋଗୁଁ ରେଳ ପ୍ରକଳ୍ପ କାମ ଆଗେଇ ପାରୁ ନାହିଁ  । କେବଳ ଜମି ଅଧିଗ୍ରହଣ ନୁହେଁ, ଜଙ୍ଗଲ ଜମି, ଅଭୟାରଣ୍ୟ ଆଦି ଜମିର କିସମ ପରିବର୍ତ୍ତନ କରି ରେଳବାଇକୁ ହସ୍ତାନ୍ତର କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ  ।

Rail

ତୁରନ୍ତ ଜମି ହସ୍ତାନ୍ତର କଲେ, ରାଜ୍ୟରେ ରେଳ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି  । ଏହା ବ୍ୟତୀତ ରେଳବାଇ ପାଇଁ ବିଦ୍ୟୁତ୍ ଯୋଗାଇ ଦେବାକୁ ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି  । ରାଜ୍ୟ ବିଦ୍ୟୁତ ବିଭାଗ ରେଳବାଇକୁ ଲାଇସେନ୍ସ ଯୋଗାଇ ଦେବାକୁ ସିଧା ସଳଖ ମନା କରିଦେଇଛି  । ତୁରନ୍ତ ଲାଇସେନ୍ସ ଯୋଗାଇ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି  ।

ରାଜ୍ୟ ତଥା ଦେଶର ସ୍ୱାର୍ଥ ଦୃଷ୍ଟିରୁ ନିଜେ ମୁଖ୍ୟମନ୍ତ୍ରୀ ତଦାରଖ କରିବା ସହ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top